NHRC ସବୁ ରାଜ୍ୟ କୁ ସମନ କଲା.....


 ଆଜିର economic times ରେ ଦେଖିବା କୁ ମିଳିଲା NHRC ଭାରତ ର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଗୁଡିକୁ ଦେଶରେ ଦେହ ବ୍ୟବସାୟ ସମ୍ବନ୍ଧେ ସମନ ଜାରି କଲା। ବିଷୟ ଟି ଖୁବ ସମ୍ବେଦନଶୀଳ।

ଏକ ପକ୍ଷରେ ମହିଳା ଭୋଟ ଲୋଭ ରେ ସବୁ ରାଜନୈତିକ ଦଳ ମହିଳା ଙ୍କୁ ଆବଶ୍ୟକ ଠାରୁ ଅଧିକ ପ୍ରାଧାନ୍ୟ ଦେଉଥିବା ବେଳେ ଆଜି ଦେଶର ସର୍ବ ବୃହତ ଓ ନିରପେକ୍ଷ ଖବରକାଗଜ ଯାହା ସ୍ତମ୍ଭ ବସାଇଛି ତାହା ଆଜି ଆମକୁ ଚକିତ କରୁଛି। ଏବଂ ଏନେଇ ଜାତୀୟ ମାନବିକ ଅଧିକାର ଆଜି ଏକ ବୈପ୍ଲବିକ ପଦକ୍ଷେପ ନେଇଛି। ଝାରଖଣ୍ଡ, ମଧ୍ୟ ପ୍ରଦେଶ ଓ ତ୍ରିପୁରା ସମେତ ସବୁ ରାଜ୍ୟ ମାନଙ୍କୁ ସମନ ଜାରି କରିଛି।

ଦେଶରେ କିଛି ମଣିଷ ଛୋଟ ଛୋଟ ଟିନ ଏଜ ର ଝିଅ ପିଲାମାନଙ୍କୁ ଚାକିରୀ ର ପ୍ରଲୋଭନ ଦେଇ ସେମାନଙ୍କୁ ବିଭିନ୍ନ ଚାପର ବସବର୍ତ୍ତୀ କରି ଦେହ ବ୍ୟବସାୟ ରେ ନିୟୋଜିତ କରିବା ସହ ବିଭିନ୍ନ ସ୍ଥାନ ରେ ବ୍ୟବସାୟ କରୁଛନ୍ତି। ଏହା ଯୋଗୁଁ ଦେଶରେ ଏଡ୍ସ ମଧ୍ୟ ଦେଶର ଛାତ୍ର ଛାତ୍ରୀ ମାନଙ୍କ ପାଖରେ ଦେଖିବା କୁ ମିଳୁଛି।

ରୋଜଗାର ବଦଳରେ ଋଣ ପରେ ଋଣ ସାମାଜିକ ସ୍ତରରେ ମହିଳା ମାନଙ୍କୁ ଦେବା ରେ ସେମାନେ ସୁଧ ର ଚାପ ରେ ରହି ନାନାଦି ଅପକର୍ମ କରିବାକୁ ବାଧ୍ୟ ହେଉଥିବା ସ୍ଥଳେ, ପୁରୁଷ ସମାଜ ଆପଙ୍ଗୁ ହେବା ପରିମେୟ ହେଉଛି। ବସ୍ତୁତ ପୁଞ୍ଜିପତି ମାନେ ମହିଳା ମାନଙ୍କ ଅସହାୟତା ର ସୁଯୋଗ ନେଇ ସେମାନଙ୍କୁ ଦେହ ବ୍ୟବସାୟ ରେ ଲଗାଉଛନ୍ତି।

ଖବର ମିଳୁଛି କିଛି ରାଜ୍ୟରେ ଅନାଥ ଆଶ୍ରମ ରେ ରହୁଥିବା ଛୋଟ ଛୋଟ ପିଲେ ବି ଏଡ୍ସ ଭଳି ରୋଗ ର ଶିକାର ହେଉଛନ୍ତି।

ପୁଣି ଖବର ମିଳୁଛି ତ୍ରିପୁରା ରେ ୮୦୦ ଛାତ୍ର ଛାତ୍ରୀ ଏଡ୍ସ ର positive ଚିହିଁତ ହୋଇଛନ୍ତି। ତେବେ ଏହାର କାରଣ ମାନ କଣ?

NHRC ସମନ କରିଛି ତଦନ୍ତ ହେବ, ହେଲେ ଏହି ସମ୍ବେଦନଶୀଳ ଘଟଣା କୁ ସରକାର ଓ ତଦନ୍ତ ସଂସ୍ଥା ଉପଯୁକ୍ତ ଭାବେ କରିବେ ତ?

ଆଜିର ସରକାର ଯୁକ୍ତି ବାଢୁଛନ୍ତି ଆମେ ୨୧ ଶତକଡା ଗରିବି କୁ ଖସାଇ ୮ଶତକଡା କରିଛୁ? ତେବେ ସମାଜରେ ଅସହାୟ ନାରୀ ଟି ଦେହ ବ୍ୟବସାୟ ରେ ନିଜ ପେଟ ପୋଷିବା କୁ ବାଧ୍ୟ ହେଉଛି କାହିଁକି?

ସରକାର ବିଭିନ୍ନ ଯୋଜନା ରେ ନାରୀ ଙ୍କୁ ଆଗକୁ ନେଇ ନାରୀ ଓ ପୁରୁଷ ଙ୍କ ଭିତରେ ସମାନତା ଆଣିବାକୁ ଚେଷ୍ଟା କରୁଥିବା ସ୍ଥଳେ ଏଭଳି ଏକ ସମ୍ବେଦନଶୀଳ ବିଷୟରେ ସାମାଜିକ ସ୍ତରରେ ବିତର୍କ ହେବା ଆବଶ୍ୟକ।

ଆସନ୍ତୁ ନିଜ କନ୍ୟା ସନ୍ତାନ ଥିବା ମଣିଷ ମାନେ ବିତର୍କ ରେ ସାମିଲ ହୁଅନ୍ତୁ.......

ସମାଜରେ ଏସବୁ କରୁଥିବା ଓ ପ୍ରଶୟ ଦେଉଥିବା ବ୍ୟକ୍ତି କୁ ଲୋକ ଲୋଚନକୁ ଆଣିବାକୁ ଗଣମାଧ୍ୟମ କୁ ସାହସ ଦିଅନ୍ତୁ....

Comments