ସମ୍ବାଦ ପତ୍ର ସମୀକ୍ଷା

 


ପାଠକ ବନ୍ଧୁ,

ଗତ କାଲି ଭାରତ ର ସବୁଠାରୁ ନିରପେକ୍ଷ ଇଂରାଜୀ ଖବରକାଗଜ ରେ 

ପ୍ରକାଶିତ ହେଲା ଭାରତ ରେ ଗଣମାଧ୍ୟମ ମାନଙ୍କୁ ଏକ ଲକ୍ଷ ବାଇଶି ହଜାର ଶହେ ପଂଚାବନ କୋଟି ବିଜ୍ଞାପନ ବାବଦରେ ଦିଆ ଯାଇଛି।

ଖୁସିର କଥା। ଏହା ଗଣମାଧ୍ୟମ ମାନଙ୍କୁ ନିଜ ଆୟରେ ସୁଦୃଢ କରିପାରିଛି।

କିନ୍ତୁ ଏହାକୁ ଯଦି ମୁଣ୍ଡ ପିଛା ହିସାବ କରାଯିବ ତେବେ ୮୭୩ ଟଙ୍କା ହେବ। କଥା ହେଉଛି ଏହି ଗଣମାଧ୍ୟ୍ୟମ ଗୁଡିକ ସମସ୍ତେ ସରକାରୀ ଭାଗିଦାରୀ ଭିତରେ ରହିଛନ୍ତି। ସରକାର ତାଙ୍କୁ ଦେଲେ ସେମାନେ ନେଲେ ଏବଂ ତାହା ସେମାନଙ୍କ ନିଜି ଆୟ ହେଲା।

ପୁଣି ଏଠାରେ ଯଦି, ଡିଜିଟାଲ ଗଣମାଧ୍ୟମ କଥା ଚିନ୍ତା କରିବା ତେବେ ଏଥିରୁ ୬4 ହଜାର ୩୯୮କୋଟି କେବଳ ଡିଜିଟାଲ ଗଣମାଧ୍ୟମ ବିଜ୍ଞାପନ ବାବଦରେ ଗ୍ରହଣ କରିଛି। ଯଦି ଏହାକୁ ମୁଣ୍ଡପିଛା ହିସାବ କରିବା ତେବେ ଏହା ୪୬0 ଟଙ୍କା ହେବ।

ସରକାର ଦେଲେ, ଭାଗିଦାରୀ ବ୍ୟବସ୍ଥା। ଆମର ବା କହିବା ରେ କଣ ଅଚ୍ଛି? କିନ୍ତୁ ଏହି ଟଙ୍କା ସରକାର ଆଣନ୍ତି କେମିତି ଏହାର ଜବାବ ଗଣତନ୍ତ୍ର ଦିଏନି ବା ଦେଉନି। ଏପରିକି ଯେଉଁ ମାନେ କହୁଛନ୍ତି ଆମେ ନିର୍ଭିକ ସମ୍ବାଦ ପତ୍ର ସେମାନେ ବି ସାଧାରଣ ରେ କୁହନ୍ତି ନାହିଁ।

୭0 ଶତକଡା ଗରିବ ପେଟ ର ଭୋକ କୁ ଦୁରେଇ ବା ପାଇଁ ସରକାର ଙ୍କୁ ଚାତକ ପକ୍ଷୀ ପରି ଅନେଇ ବସିଥାନ୍ତି।ଗୋଟିଏ ମଣିଷ ଠାରୁ ଏକ ଲକ୍ଷ ୭୨ ହଜାର କେନ୍ଦ୍ର ଓ ରାଜ୍ୟ ସରକାର ନେଇ ଯଦି ତାର ପେଟ ପାଟଣା କୁ ଖାତିର ନକରି କେବଳ ସମ୍ବାଦ ଶୁଣାଇବା ଓ ପଢ଼ାଇବା ପାଇଁ ଖର୍ଚ୍ଚ କରିବେ ତେବେ ଗରିବ ମଣିଷ ଟି କହିବ କାହାକୁ?

ଅନ୍ୟ ଏକ କଥା ଯେଉଁ ଗଣମାଧ୍ୟମ ମାନେ ସରକାରୀ ଭାଗିଦାରୀ ରେ ରହିଛନ୍ତି ସେଠାରେ ସରକାର ଙ୍କ ଅଂଶଧନ କିପରି ନେଣ ଦେନ ହେଉଛି। ଏହି ଗଣମାଧ୍ୟମ ଗୁଡିକ ସରକାରୀ ଭାଗିଦାରୀ ରେ ରହି ସାଧାରଣ ଗରିବ ଙ୍କ ପାଇଁ କିପରି ଓ କେଉଁ ଭାବରେ ସେବା ଦେଉଛନ୍ତି ତାହା ସାମାଜିକ ସ୍ତରରେ ଆଲୋଚନା ହେବା ଉଚିତ ମୁଁ ଭାବେ।

ଏକ ପାଖେ ମଣିଷ ର ଭୋକ ଅନ୍ୟ ପଟେ ବିକୃତ ସାମାଜିକ ବ୍ୟବସ୍ଥା ସମାଜ କୁ ଧ୍ବଂସ ଆଡକୁ ନେଉଛି। ଯଦି ଦେଶ ର ବୁଦ୍ଧିଜୀବୀ ସଂସ୍ଥା ରେ ଦୁର୍ନୀତି ଅନୀତି ର ଗନ୍ଧ ଆସେ ତେବେ କହିବା କାହାକୁ।

ମୋ ବିତର୍କ ରେ ସାମିଲ ହୁଅନ୍ତୁ.....

Comments