ଆଜି ମହାପ୍ରଭୁ ଙ୍କ ଭିତର ରତ୍ନ ଭଣ୍ଡାର ଖୋଲିଲା। କେବଳ ସ୍ଥାନାନ୍ତର ହେବ। ପରବର୍ତୀ ସମୟରେ ତାର ଟିକି ନିଖି ହିସାବ ହେବ। ଯାହା ଫଳରେ ମହାପ୍ରଭୁ ଙ୍କ ଏକ balance sheet ପ୍ରଦତ୍ତ ହୋଇ ପାରିବ। ସାଧାରଣ ଜନତା ଓ ସରକାର ପ୍ରଭୁ ଙ୍କ ସମ୍ପତି ସମ୍ପର୍କ ରେ ଜାଣି ପାରିବେ।
ଏବଂ ଓଡିଶା ର ଓ ଭାରତ ର ପ୍ରତି ନାଗରିକ ବା ହିନ୍ଦୁ ନାଗରିକ ର ମୁଣ୍ଡପିଛା ଅସ୍ଥାୟୀ ଅଂଶଧନ କେତେ?
ହେଲେ ଭାରତୀୟ ରିଜର୍ଭ ବ୍ୟାଙ୍କ ର governer ଙ୍କ ତରଫରୁ ଏହା ସାଧାରଣ ରେ ଗଣମାଧ୍ୟମ ଜରିଆରେ ପ୍ରକାଶିତ ହେବା ଦରକାର ଓଡିଶା ସରକାର ଓ ଭାରତ ସରକାର ମହାପ୍ରଭୁ ଙ୍କ କେତେ ଓ କେଉଁ ସମ୍ପତି କୁ monitize କରି ଅଂଶଧନ ରେ ପରିଣତ କରିଛନ୍ତି ଓ ଉଭୟ ସରକାର ଙ୍କୁ କେତେ ଋଣ ସୂତ୍ର ରେ ଦେଇଛନ୍ତି। Utilization certificate ଅନୁଯାଇ ମହାପ୍ରଭୁ କେତେ RBI ରୁ ସୁଧ ପାଇବା କୁ ହକଦାର।
ପୁନଶ୍ଚ ସି. ବି. ଆଇ ଏକ ନିରପେକ୍ଷ ସଂସ୍ଥା ଭାବେ କହିବା ଓ ନଜର ରଖିବା ଜରୁରୀ ମହାପ୍ରଭୁ ଙ୍କ ଅଂଶଧନ ରୁ କେଉଁ ମାନେ ଋଣ ସୂତ୍ର ରେ ଅଂଶଧନ ଋଣ ନେଉଛନ୍ତି।
ସରକାର, କମିଟି, ଅମଲା ଏସବୁ କ୍ଷଣସ୍ଥାୟୀ। ଏମାନଙ୍କ ଠାରୁ ସି. ବି. ଆଇ, ଆର. ବି. ଆଇ ଓ ଇନକମ ଟ୍ୟାକ୍ସ କମିଶନ ର ଆବଶ୍ୟକତା ଖୁବ ଅଧିକ।
ତେବେ ଏହି ତିନୋଟି ନିରପେକ୍ଷ ସଂସ୍ଥା ମହାପ୍ରଭୁ ଙ୍କ ପାଖରେ ସେମାନଙ୍କ ନିଷ୍ଠା ଓ ସଚୋଟତା ପ୍ରକାଶ କରିବେ କି? ଏହା ଆଜିର ବିତର୍କ।
ନୂଆ ସରକାର, ନୂଆ ନୀତି, ନୂଆ ବ୍ୟବସ୍ଥା ହେଲେ ଏସବୁ ଭିତରେ ମହାପ୍ରଭୁ ଙ୍କ ଅଂଶଧନ ର ସଠିକ ପରିଚାଳନା ହେବା ସହ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି monetization ର ବିବରଣୀ ସାଧାରଣ ରେ ଗଣମାଧ୍ୟମ ରେ ପ୍ରକାଶିତ କରିବେ ନା ନାହିଁ। ଯଦିଓ ଆଜି ଜଣେ ଓଡ଼ିଆ ପୁଅ ଭାରତୀୟ ରିଜର୍ଭ ବ୍ୟାଙ୍କ ର governor।

Comments
Post a Comment