ଓଡିଶା ରେ ମାଝୀ ସରକାର ର ଉଭୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ କୁ ଭାରି ଭୟ ଘାରିଛି। ତୁର ତୁର ହୋଇ ଯାତ୍ରା ସମୟରେ ପ୍ରଚାର କୁ ସବୁକିଛି କରି ନାଁ ନେବା ଏକ ପ୍ରକାର ମହାକାଳ ଫଳ ତୋଳା ସଦୃଶ ହେବାକୁ ଲାଗିଲାଣି।ଏବେ ବିଜେପି ସରକାର ହରଡ଼ ଘଣା ରେ।
ପୁରୀ ଲୋକସଭା କ୍ଷେତ୍ରରେ ଯଦିଓ ୧ଟି ବିଜେଡି ର ବିଧାୟକ ତେବେ ଏହା ଏକ ମୁଖ୍ୟ ସହର ଯହିଁରେ ବିଜେଡି ଓ କଂଗ୍ରେସ ସୁଦୃଢ। ତେଣୁ ପୁରୀ ରେ ବିଜେପି ର ଦବ ଦବା ଏତେ ଅଧିକ ହେବା ର ଆଶା ନାହିଁ।
ଆଜି ବିଜେପି ର ପୁରୀ ବଳିଆପଣ୍ଡା ଠାରେ ଏକ ରାଜ୍ୟ ସ୍ତରୀୟ executive meeting ହେଉଛି। ପରେ ବଜେଟ ହେବ। ଶୁଣା ଯାଉଛି ବିଜେପି ର ବଜେଟ ପ୍ରାୟ ୩ଲକ୍ଷ କୋଟି ଅତିକ୍ରମ କରିବ। ହେଲେ ମାଝୀ ଏତେ ଟଙ୍କା ଆଣିବେ କେଉଁ ଠାରୁ।
ଅନ୍ୟ ପଟେ ନବୀନ ଙ୍କ ସେନା ପ୍ରସ୍ତୁତ ସମସ୍ତ ଙ୍କୁ ଚକିତ କଲାଣି। କେହି କେହି କହିବାକୁ ଲାଗିଲେଣି ନବୀନ ସରକାର ଙ୍କୁ ନାଗ ସାପ ଭଳି ଜଗିବେ। ବିଜେପି ମନ୍ତ୍ରୀ, ବିଧାୟକ ଜନତା ଙ୍କ ଟଙ୍କା ଆତ୍ମସାତ କରିବା କୁ ସକ୍ଷମ ହୋଇ ପାରିବେ ନି।
ପୁଣି ଓଡିଶା ରାଜ୍ୟପାଳ ଙ୍କ ଆତ୍ମୀୟ ବୈକୁଣ୍ଠ ଙ୍କୁ ମାଡ଼ ମାରିବା ଆସନ୍ତା ବିଧାନସଭା ରେ ଏକ ପ୍ରସଙ୍ଗ ହେବ। ଉଭୟ ବିରୋଧୀ ବର୍ତମାନ ରାଜ ରାସ୍ତା ରେ ବୈକୁଣ୍ଠ ଙ୍କ ପ୍ରସଙ୍ଗ ନେଇ।
ତେବେ ସେ ସବୁ କଥା ଭିର୍ନ୍ନ। ହେଲେ ମହାପ୍ରଭୁ ଙ୍କ ରତ୍ନଭଣ୍ଡାର ଆଜିର ସରକାର ଙ୍କ ପାଇଁ ମହାକାଳ ଫଳ ଭଳି। କେନ୍ଦ୍ର ବିରୋଧୀ ଓ ରାଜ୍ୟ ବିରୋଧୀ ଏହାକୁ ମୁଖ୍ୟ ପ୍ରସଙ୍ଗ କରିବେ। ହେଲେ ଏହା ଏତେ ଜଲଦି ସମାହିତ ହେବ ତାହା ଆଶା ରୁ ବାହାରେ।
ତେବେ ନବୀନ ଙ୍କ ସମର ସଜ୍ଜା ସରକାର ଙ୍କ ପାଇଁ ଏତେ ହାଲକା ହେବ ତାହା ଗ୍ରହଣ କରାଯାଇ ପାରୁନି। ତେବେ ନବୀନ ଜଣେ ବିଚକ୍ଷଣ ରାଜନେତା ଏହା କୁ ସମସ୍ତେ ଗ୍ରହଣ କରିସାରିଲେଣି।
ଲୋକେ କହିଲେଣି ପୁଣି ପୁରୀ ରୁ ନବୀନ ଙ୍କ ବିଜୟ ଯାତ୍ରା ଆରମ୍ଭ ହେବ।

Comments
Post a Comment