କମିଟି ପରେ କମିଟି.......


 ଗତ ଆଡପ ବିଜେ ର ଅଘଟଣ କୁ ସରକାର ତିନି ଜଣିଆ କମିଟି ଦ୍ୱାରା ତଦନ୍ତ କରିବେ ବୋଲି ଖବର ଆସୁଛି।ବିଜେପି ସରକାର ଆସିବା ପରେ କେବଳ କମିଟି ପରେ କମିଟି ଗଠନ ହେଉଛି। ହେଲେ ଏ କମିଟି କି ତଦନ୍ତ କରିବ? ଓ କି ଲାଭ ହେବ? ସେ କମିଟି କୁ କିଏ ଅର୍ଥ ରାଶି ଦେବ ତାହା ଆଜି ସାଧାରଣ ରେ ଚର୍ଚ୍ଚା ର ବିଷୟ ହୋଇଛି।

କେବଳ ସରକାର ଆସିବା ପରେ ଥଇଥାନ ଓ ତୃଷ୍ଟିକରଣ ରାଜନୀତି ବିଶେଷ ଆଦୃତ ହେଉଥିବା ଜଣା ପଡୁଛି।

ସରକାର ଏଯାବତ ନିଜର ଲ ବୋର୍ଡ ଗଠନ କରିନାହାନ୍ତି ଓ ନିଜର ଓକିଲ ନିଯୁକ୍ତି କରିନାହାନ୍ତି।

ଆଡପ ବିଜେ ସମୟରେ ଘଟିଥିବା ଅଘଟଣ ଯଦିଓ ସମସ୍ତ ଙ୍କୁ ଆଘାତ ଦେଇଛି ତଥାପି ତଦନ୍ତ କମିଟି କି ତଦନ୍ତ କରିବ ଓ ସେଥିପାଇଁ ସରକାର ଏତେ ଅର୍ଥରାଶି ବ୍ୟୟ କରିବେ କାହିଁକି?

ଘଟିଥିବା ଅଘଟଣ ରେ ବହୁ ଗୋଷ୍ଠୀ ମୁଦାଲା ରହିଛନ୍ତି। ତେବେ ସେମାନ ଙ୍କୁ ତଦନ୍ତ କମିଟି ଖୋଜି ବାହାର କରିବେ କିପରି? ଯଦିବି ଖୋଜି ବାହାର କରିବେ ତେବେ ସେବା ଓ ପୂଜା କ୍ଷେତ୍ରରେ କି ଦଣ୍ଡ ଵିଧି ହେବ? ଏହା ଏକ ଅଘଟଣ ଯାହା ଘଟିସାରିଛି। ଆଗକୁ ସଜାଗ ରହିବା ଛଡା ଅନ୍ୟ କିଛି ତ କରାଯାଇ ପାରିବ ନାହିଁ।

ହେଲେ ଏ ସମ୍ପର୍କ ରେ ସାଧାରଣ ଟିକସ ଓ ଅଂଶଧନ କୁ ଲୁଟି ଗରିବ ଗୁରୁବା ଙ୍କ ପେଟ ମାରିବା କୁ ଲୋକେ ପସନ୍ଦ କରୁନାହାନ୍ତି।

ପହଣ୍ଡି ଦଇତା ସେବକ ଙ୍କ ନାର୍ଯ୍ୟ ଅଧିକାର ହୋଇଥିବା ସ୍ଥଳେ ଅଣ ଦଇତା ସେବାୟତ ଙ୍କ ଭିଡ ସହ ମୋବାଇଲ ସେଲ୍ଫି ଯଦିଓ ଅଘଟଣ ଘଟାଇଛି ବୋଲି ସୋସିଆଲ ମେଡ଼ିଆ byte ରେ ଆସୁଛି ତେବେ ସରକାର ଅନୁରୂପ ଦୋଷୀ ଥିବା ର ଯୁକ୍ତି କୁ ବି ଏଡାଇ ପାରିହେବନି।

ହେଲେ ଜଗନ୍ନାଥ ଙ୍କ ଶ୍ରୀମନ୍ଦିର ରେ ଏପରି କମିଟି କରି ମହାପ୍ରଭୁ ଙ୍କ ଧନ ଅପବ୍ୟବହାର ସାଧାରଣ ରେ ପସନ୍ଦ କରୁନାହାନ୍ତି....

Comments