ଆମେ ମୋଦୀ ସରକାର ଙ୍କ ଦୁଇଟି ବଜେଟ ଦେଖିଲୁ ଆଜି ତୃତୀୟ ବଜେଟ ଦେଖିବା କୁ ବସିଛୁ। ବିଗତ ଦୁଇଟି ବଜେଟ ରେ ମୋଦୀ କଂଗ୍ରେସ ବା ୟୁପା ସରକାର ଙ୍କୁ ଅତିକ୍ରମ କରିଥିବା ଅନୁମାନ ହେଲା ନାହିଁ। ଆଜିର ଦିନ ରେ ମୂଲ୍ୟ ବୃଦ୍ଧି, ବେକାରୀ, ଧନୀ ଓ ଗରିବ ଭିତରେ ଦୂରତା ବଢିବା ଦେଖିବା କୁ ମିଳିବା ସହ, ବିତୀୟ ନିଅଣ୍ଟ ସହ private utilization କମିଥିବା ଜଣା ଯାଇଛି।
ଆଜି ବିଜେପି ବା ଏନ ଡ଼ି ଏ ତାର ମୋଦୀ ୩ ବଜେଟ ଆଣିବ। ସେଥିପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ ଆସିଲା ସେଥିରେ ସରକାର ଙ୍କ ସଂସ୍ଥା ର ସଫଳତା ଥିବା ସ୍ଥଳେ ବେସରକାରୀ ବା ଗରିବ ହାତରେ ପଇସା ପହଂଚି ବା କ୍ଷେତ୍ର ର ବିଫଳତା ଦେଖା ଦେଲା।
ତେବେ ବର୍ତମାନ ଆମ ଦେଶ ରେ ଧନୀ ଓ ଗରିବ ମଧ୍ୟରେ ଅର୍ଥନୈତିକ ଦୂରତା ବଢିବା ଏକ ମୁଖ୍ୟ ପ୍ରସଙ୍ଗ।
ସରକାରୀ କ୍ଷେତ୍ରରେ ବ୍ୟାପକ ବିନିର୍ବେଶ ଓ ଅଣ ସଂଗଠିତ କ୍ଷେତ୍ର ରୁଗ୍ଣ ହେବା ଆମ ଦେଶ ପାଇଁ ଖରାପ ସମୟ ଆଣିବ। ସରକାରୀ କ୍ଷେତ୍ର ରେ ବିନିର୍ବେଶ କେବଳ ପୁଞ୍ଜିପତି ଓ ସଂଗଠିତ କ୍ଷେତ୍ର ଗୁଡିକୁ ଯୋଡି ପାରିବ। ସେହିପରି ପୁଞ୍ଜିପତି ମାନେ ଅଂଶଧନ କିଣା ବିକା, ଦ୍ରବ୍ୟ ପ୍ରସ୍ତୁତ କରି ଦେଶରେ, ବିଦେଶ ରେ ପୁଞ୍ଜିପତି ମାନଙ୍କୁ ବିକିବେ ଓ ସରକାର ଙ୍କୁ ବିକିବେ। ହେଲେ ଗରିବ ରିଟେଲ ରୁ କିଣିବ। କିନ୍ତୁ ଗରିବ ପାଖରେ ଦ୍ରବ୍ୟ କିଣିବାକୁ ପଇସା ନାହିଁ।
ଯଦି ଦେଖିବା ଆଜିର ଦୁନିଆରେ ୬୦ ରୁ ୭୦ ଶତକଡା ଲୋକେ npa ଋଣ କୁ ଚାହିଁ ବସୁଛନ୍ତି। ଦେଶରେ intra day borrowing ବ୍ୟବସ୍ଥା ଆଉ ଯମାରୁ ନାହିଁ। ବର୍ତମାନ କେବଳ ଧନୀ ମାନେ ଏହି intra day ଋଣ କରିବାକୁ ସକ୍ଷମ ଅଟନ୍ତି।
ସରକାରୀ ବିନିର୍ବେସ ରେ କେବଳ ସଂଗଠିତ କ୍ଷେତ୍ର ମାନ ଉପୋଭୋକ୍ତା ହେବେ କିନ୍ତୁ ଆମ ଦେଶ ରେ ୭୦ ଶତକଡା ଲୋକେ ଅଣ ସଂଗଠିତ କ୍ଷେତ୍ରରେ ରହିଛନ୍ତି। ନା ସେମାନଙ୍କ ପାଇଁ ରୋଜଗାର ଅଛି ନା ଋଣ ବ୍ୟବସ୍ଥା।
ମାତ୍ରାଧିକ ସରକାରୀ ବିନିର୍ବେଶ ଏକ ପ୍ରକାର ଗରିବ ଶୋଷଣ ଏବଂ ପୁଞ୍ଜିପତି ମାନେ ଟିକସ, ଋଣ ଓ ସୁଧ ରେ ଛନ୍ଦି ହୋଇ ମୂଲ୍ୟ ବୃଦ୍ଧି କରି ଗରିବ ଶୋଷଣ ନିତି ଆପଣାଇ ବେ।
ଅପର ପକ୍ଷରେ ମାତ୍ରାଧିକ ମହିଳା ଋଣ ସମାଜରେ ମୂଲ୍ୟ ବୃଦ୍ଧି ଓ ଶୋଷଣ ର କାରଣ ସମୂହ ହେବା ରେ ଲାଗିଛି।
ତେବେ ସରକାର ଙ୍କ ବଜେଟ ରେ ସରକାରୀ ବିନିର୍ବେସ ଓ ଅଣ ସରକାରୀ ବିନିର୍ବେସ ରେ ତାର ତମ୍ୟ ରହୁନାହିଁ।
ବର୍ତମାନ ୭୦ ଶତକଡା ଗରିବ ବିତୀୟ ସଂସ୍ଥା କୁ ଆସିବା ସ୍ବପ୍ନ ହୋଇ ସାରିଛି। ସେହିପରି ସେହି ଲୋକ ମାନେ ସରକାରୀ equity ଉପରେ ସମ୍ପୂର୍ଣ ନିର୍ଭରଶୀଳ ହୋଇ ସାରିଛନ୍ତି। ଅପାତତଃ ପ୍ରତିଟି ପରିବାର npa ଋଣ ଉପରେ ନିର୍ଭରଶୀଳ। ହେଲେ ଯୋଜନା ନାହିଁ।
ଏକ ପକ୍ଷରେ ସରକାର ଜିଡିପି ଅଭିବୃଦ୍ଧି ଗଣମାଧ୍ୟମ କୁ ଜଣାଉଛନ୍ତି ପୁଣି ବିତୀୟ ନିୟଣ୍ଟ ଜଣାଉଛନ୍ତି ପୁଣି ରିଜର୍ଭ ବ୍ୟାଙ୍କ ଆନ୍ତରୀଣ ସୁଧ ବିଷୟରେ ଚୁପ ରହୁଛନ୍ତି। ବିତ୍ଷୀୟ ନିଅଣ୍ଟ ପରବର୍ତୀ ସମୟରେ per capita ଋଣ କୁ ବଢାଇବ।
ତେବେ ଦେଖିବା ୩.୦ ବଜେଟ ରେ ଧନୀ ଓ ଗରିବ ଭିତରେ ଅର୍ଥନୈତିକ ଦୂରତା ବଢିବା ବିଷୟ କୁ ସରକାର କେତେ ଗୁରୁତର ସହ ନେଉଛନ୍ତି।

Comments
Post a Comment