ଇତିହାସ ରେ ପ୍ରଥମ ମହାବାହୁ ଚାର ରୁ ପଡିଗଲେ...

 


ପୁରୀ ଜଗନ୍ନାଥ ଙ୍କ ଇତିହାସ ରେ ଏହା ପ୍ରଥମ ଯେ ମହାବାହୁ ଚାର ରୁ ପଡିଗଲେ। ଦୀର୍ଘ ନିଜର ୫୦ ବର୍ଷ ର ଅନୁଭୂତି ରେ ଏହା ପ୍ରଥମ। ଯଦିଓ ଏହା ହୃଦୟ କୁ ଗଭୀର ଆଘାତ ଦେଇଛି ତେବେ ଏହା ଏକ ମହାପ୍ରଭୁ ଙ୍କ ଦୁର୍ଘଟଣା ବୋଲି ଭାବିବାକୁ ପଡିବ...

ଠାକୁର ସବୁ ବୟସ ର ସେ ପିଲା ଠାରୁ ବୁଢ଼ା। ସେ ପ୍ରତିଟି ସମୟରେ ସାହାରା ଖୋଜନ୍ତି। ତେବେ ଏହା ଏକ ପ୍ରାଚୀନ ସଂକୃତି। ଏହି ସିଡ଼ି ତାଳ ଗଛ ର କାଠ ରେ ନିର୍ମିତ। ବର୍ଷା ଜଳ ରେ ଏହା ଓଦା ରହିଥିବା ଅନୁମାନ କରାଯାଉଛି। ପୁଣି ପିଠିଆ ସେବକ ଙ୍କ ହାତରୁ ପାଟ ଦଉଡି ଖସି ଯିବା ଫଳରେ ମହାବାହୁ ନିୟନ୍ତ୍ରଣ ହରାଇଲେ। ହେଲେ ତଳ ଚକା ଓ ସେନାପଟା ମହାବାହୁ ଙ୍କ ଶ୍ରୀଅଙ୍ଗ ର କିଛି ବି ନଷ୍ଟ ର କାରଣ ହୋଇ ପାରିବ ନାହିଁ। ତେବେ ପୁରୁଖା ସେବାୟତ ଙ୍କ ଅନୁପସ୍ଥିତ ଯୋଗୁଁ ଏପରି ଅଘଟଣ ଘଟିଛି ବୋଲି ସାଧାରଣ ରେ ମତ ଆସୁଛି।

ତେବେ ପ୍ରାୟ ୫ଜଣ ସେବାୟତ ଏଥିରେ ଆହତ ହୋଇଥିବା ଅନୁମାନ କରାଯାଉଛି। ହେଲେ ଏଯାବତ ସରକାର ଙ୍କ ତରଫରୁ କିଛି କୁହାଯାଇନାହିଁ।

ତେବେ ଏହା ଏକ ଶୁଭ ସୂଚନା ନୁହେଁ ବୋଲି କେହି କେହି କହୁଥିବା ବେଳେ ଦେଶ ପାଇଁ କିଛି ବିପଦ ରହିଛି ବୋଲି କେହି କେହି କଥା ଛଳ ରେ କହୁଛନ୍ତି।

ତେବେ ଆଧ୍ୟାତ୍ମିକତା ଓ ବାସ୍ତବତା ଭିତରେ ଏହା ଏକ ଦୁର୍ଘଟଣା ବୋଲି ଧରାଯିବ। ତେବେ ଆଗକୁ ଏପରି ନ ଘଟୁ ସେଥିପାଇଁ ସଜାଗ ରହିବା ଆବଶ୍ୟକ।

ନିଷ୍ଠା ତ୍ୟାଗ ର ପ୍ରତୀକ ମହାବାହୁ ସର୍ବଦା ସଠିକ ରୁହନ୍ତୁ। ପ୍ରତିଟି ସେବାୟତ ଙ୍କ ପାଖରେ ପବିତ୍ରତା ରହୁ ଏହାହିଁ କାମନା କରିବା। ହେଲେ ଏହା ଜଗନ୍ନାଥ ଙ୍କ ଇତିହାସ ରେ ପ୍ରଥମ।





Comments