ନବୀନ ଙ୍କ ସାଙ୍ଗଠନିକ ପରିବର୍ତ୍ତନ....


 ଦୀର୍ଘ ୨୪ ବର୍ଷ ର ଶାସନ ପରେ ନବୀନ ଏବେ ଓଡିଶା ର ବିରୋଧୀ ଦଳ ନେତା। ତେବେ ଓଡିଶା ସରକାର ର ବଜେଟ ଅଧିବେଶନ ପୂର୍ବରୁ ନବୀନ ତାଙ୍କ ବରୋଧୀ ଦଳ ପରିଚାଳନା ପାଇଁ ତାଙ୍କ ନିଜ ଦଳରେ ବ୍ୟାପକ ପରିବର୍ତନ କରି ରାଜ୍ୟ ପାଇଁ ୧୪ ଜଣ ମୁଖପାତ୍ର ଘୋଷଣା କରିଥିବା ସ୍ଥଳେ କେନ୍ଦ୍ର ପାଇଁ ୬ ଜଣ ମୁଖପାତ୍ର ଘୋଷଣା କରିଛନ୍ତି।

ସେହିପରି ୩ଜଣ ନେତା ଙ୍କୁ ଗଣମାଧ୍ୟ୍ୟମ ର ଦାୟିତ୍ୱ ଦେଇଥିବା ସ୍ଥଳେ ୧ଜଣ ଙ୍କୁ ସୋସିଆଲ ମେଡ଼ିଆ ପରିଚାଳନା ର ଦାୟିତ୍ୱ ଦେଇଛନ୍ତି।

ତେବେ ନବୀନ ତୃଣ ମୂଳ ସ୍ତରରେ କିଛି ପରିବର୍ତ୍ତନ କରିବାକୁ ଇଛା କରିନାହାନ୍ତି। ସେହିପରି ରାଜ୍ୟ ଯୁବ ବିଜୁ ଜନତା ଓ ବିଜୁ ଛାତ୍ର ଜନତା ଓ ବିଜୁ ମହିଳା ମୋର୍ଚ୍ଚା ବିଷୟରେ କିଛି ନିଷ୍ପତି ନେଇନଥିବା ର ସୂଚନା ମିଳୁଛି।

ତେବେ ଆଜିର ପରିସ୍ଥିତି ରେ ବବି ଦାସ ଙ୍କୁ ସେ ବିଜେଡି ମୁଖପାତ୍ର ରେ ସାମିଲ କରିନାହାନ୍ତି। ହେଲେ ବିଜେପି ରୁ ବିଜେଡି ରେ ମିଶିଥିବା ନେତା ଙ୍କୁ ଅଣଦେଖା କରିନାହାନ୍ତି।

ହେଲେ ଏହି ସାଙ୍ଗଠନିକ ପରିବର୍ତନ ରୁ ନବୀନ ଜଣେ ପୋଖତ ରାଜନେତା ଏହା ସମସ୍ତେ ସ୍ୱୀକାର କରିବେ। କେନ୍ଦ୍ର ର ଉଭୟ ବିଜେପି ଓ ଅଣ ବିଜେପି କୁ ଆଖିରେ ରଖି ନବୀନ ଏକ ବଡ଼ ସଂଶୋଧନ କରିଥିବା ଜଣାଯାଉଛି।

ସେ ତାଙ୍କ ଦଳ ର ସବୁ ଗୋଷ୍ଠୀ ର ରାଜ ନେତା ମାନଙ୍କୁ ନେଇ ଏକ ସୁନ୍ଦର ସମୀକରଣ କରିଛନ୍ତି। ଯାହା ଫଳରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ଘେରି ହେବ। ଅନ୍ୟ ପକ୍ଷରେ ବିଜେପି ଓ କଂଗ୍ରେସ ଦଳ ଛାଡି ଆସିଥିବା ନେତା ଙ୍କୁ ରାଜ୍ୟ ଓ କେନ୍ଦ୍ର ର ବିଜେଡି ମୁଖପାତ୍ର ବି କରିଛନ୍ତି.

ଏଥିରୁ ତାଙ୍କ ରାଜନୈତିକ ପରିପକ୍ଵତା ବାରି ହେଉଛି। ତେବେ ଆଗକୁ ଅପେକ୍ଷା କରିବା ନବୀନ ଓଡିଶା ବାସୀ ଙ୍କୁ କିପରି ନିଜ ର ବିରୋଧୀ ଦଳ ନେତା ର ଭୂମିକା ପ୍ରଦର୍ଶନ କରୁଛନ୍ତି...



Comments