ଭୋଲେ ବାବା ଙ୍କୁ ଶୁଣିବାକୁ ଯାଇ ୧୧୬ ମଲେ.....


 ମଙ୍ଗଳ ବାର ସନ୍ଦ୍ୟାରେ ଉତ୍ତରପ୍ରଦେଶ ର ରତି ଭାଣପୁର ଗ୍ରାମ ରେ ସୁରଜପାଳ ବାବା ଯେକି, ଭୋଲେ ବାବା ନାମ ରେ ସୁ ବିଖ୍ୟାତ ତାଙ୍କର ଆଧ୍ୟାତ୍ମିକ ସଭା ର ଆୟୋଜନ ହୋଇଥିଲା। ବହୁ ଭିଡ ହେବା ଯୋଗୁଁ ଦଳଚକଟା ରେ ବହୁ ଲୋକେ ମଲେ। ସ୍ଥାନୀୟ ଲୋକେ ଓ ସାମ୍ବାଦିକ ମାନେ ଆହୁରି ଅଧିକ ଲୋକେ ମରିଛନ୍ତି ବୋଲି ଯୁକ୍ତି କରୁଥିବା ବେଳେ ସ୍ଥାନୀୟ ଲୋକସଭା ସଦସ୍ୟ କହୁଛନ୍ତି ଏଯାବତ ସଠିକ ତଥ୍ୟ ହସ୍ତ ଗତ ହୋଇନାହିଁ।

ଭାରତ ର ପ୍ରଧାନ ମନ୍ତ୍ରୀ ପ୍ରତି ମୃତକ ପରିବାର କୁ ୨ଲକ୍ଷ ଓ ଆହତ ବ୍ୟକ୍ତି ଙ୍କୁ ୫୦ ହଜାର ସହାୟତା ଘୋଷଣା କରିବା ସହ ଏହା ଏକ ଦୁଃଖଦ ଘଟଣା ବୋଲି ନିଜ ଟୁଇଟର ରେ ଦର୍ଶାଇଛନ୍ତି।

ହେଲେ ଏହା ର ତଦନ୍ତ ଯଦିଓ ଆରମ୍ଭ ହୋଇନି ତଥାପି ଉତ୍ତରପ୍ରଦେଶ ର ଆଇନି ଶୃଙ୍ଖଳା କୁ ଆଙ୍ଗୁଠି ଦେଖାଉଛି।

ଭୋଲେ ବାବା ତାଙ୍କ ସଭା ର ଆୟୋଜନ କେଉଁ ସଂସ୍ଥା ଦ୍ୱାରା ଆୟୋଜିତ କରିଥିଲେ ତାହା ଗଣମାଧ୍ୟମ କହି ନାହିଁ। ସେ ସଂସ୍ଥା ପୋଲିସ ଠାରୁ ଅନୁମତି ନେଇଛି କି ନାହିଁ ତାହାବି ଗଣମାଧ୍ୟମ କହିନାହିଁ। ତେବେ ଉତ୍ତରପ୍ରଦେଶ ରାଜ୍ୟ ଗୁଇନ୍ଦା ବିଭାଗ କିପରି ଭିଡ ବିଷୟରେ ଅବଗତ ପୂର୍ବରୁ ହୋଇପାରିଲା ନାହିଁ ତାହା ସମସ୍ତଙ୍କୁ ଚକିତ କରୁଛି।

ଦେଶର ସବୁଠାରୁ ବଡ଼ ଇଂରାଜୀ ଖବରକାଗଜ ମୃତକ ଙ୍କ ସଂଖ୍ୟା ୧୧୬ ଦେଉଥିବା ସ୍ଥଳେ ପ୍ରଶାସନ ଏଯାବତ ସଠିକ ତଥ୍ୟ ନାହିଁ ବୋଲି କହୁଛି। ପୁଣି ମୃତକ ଙ୍କ ଭିତରେ ବହୁ ମହିଳା ଓ ଶିଶୁ ରହିଛନ୍ତି ବୋଲି ଭାରତ ର ସର୍ବ ବୃହତ ଇଂରାଜୀ ଖବରକାଗଜ ଦି ଇକୋଣମିକ ଟାଇମସ କହୁଛି।

ଯଦି ଆମ ଦେଶ ରେ ପୋଲିସ, ଗୁଇନ୍ଦା ଥାଇ ଏପରି ଉତ୍ସବ ଓ ଅନୁଷ୍ଠାନ ରେ ଲୋକେ ମରିବେ ତେବେ ଏହାର ଅର୍ଥନୈତିକ ପ୍ରଭାବ ସାଧାରଣ ଜନତା ଙ୍କ ଉପରେ ପଡିବ ବୋଲି ଲୋକେ କହୁଛନ୍ତି।

ତେବେ ଆଗାମୀ ଦିନ ମାନଙ୍କ ରେ ବାବା ମାନଙ୍କ ଗ୍ରସ୍ତ କୁ ଗୁଇନ୍ଦା ବିଭାଗ ରଖିବା କୁ ପ୍ରଚେଷ୍ଟିତ ହେବକି???

Comments