ଏବେ ସଞ୍ଜୟ କହିଲେ ମୋଦୀ ଦୁର୍ବଳ....


 ଲାଲୁ ଙ୍କ ପରେ ଏବେ ସଞ୍ଜୟ କହିଲେ ମୋଦୀ ସରକାର ଦୁର୍ବଳ ଓ ଏହା ଖୁବ ଶୀଘ୍ର ଭାଙ୍ଗି ଯିବ। କେହି କେହି ଏହାକୁ ଏକ ରାଜନୈତିକ ବୟାନବାଜି କହୁଥିବା ବେଳେ ଏଥିରେ କିଛି ସତ୍ୟତା ଦୃଶ୍ୟମାନ ହେଉଛି।

ବିହାରରେ ନୀତିଶ ଓ ଉପ ମୁଖ୍ୟମନ୍ତ୍ରୀ ଚୌଧୁରୀ ଙ୍କ ଭିତର ରାଜନୀତି କିଛିଟା ସୁରାଖ ଦେଉଛି। ଶ୍ରୀଯୁକ୍ତ ଚୌଧୁରୀ ଏକଦା ଲାଲୁଙ୍କ ଖୁବ ନିକଟତର ମଣିଷ। ସେହିପରି ଆନ୍ଧ୍ର ଓ ତେଲେଙ୍ଗାନା ସମ୍ପର୍କ କୁ ମୋଦୀ କିପରି ଗ୍ରହଣ କରିବେ ତାହାବି ଏକ ପ୍ରଶ୍ନ।

ମହାରାଷ୍ଟ୍ର ର ନିର୍ବାଚନ ପାଖେଇ ଆସୁଥିବା ବେଳେ ଇଣ୍ଡିଆ ମେଣ୍ଟ ର ସଫଳତା ଏକ ପ୍ରଶ୍ନ ଠିଆ କରୁଛି।

ମୋଦୀ ତୃତୀୟ ଥର ପାଇଁ ସରକାର କରୁଛନ୍ତି ସତ ହେଲେ, ମୂଲ୍ୟ ବୃଦ୍ଧି, ବିତୀୟ ନିୟଣ୍ଟ ଯୋଗୁଁ ମୋଦୀ ଙ୍କ ବିଜେପି ଅସନ୍ତୁଷ୍ଟ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ଏଥର inflow of equity ସେତେ ଅଧିକ ହେବ ନାହିଁ। ଏପରି କି ଅନ୍ୟ ଦଳରୁ ବିଜେପି କୁ ଯାଇଥିବା ନେତା ଅସନ୍ତୁଷ୍ଟ ହେବା ର ବହୁ ସମ୍ଭାବନା ରହିଛି। ତେଣୁ ତୃଣ ମୂଳ କଂଗ୍ରେସ ରୁ ଚାଲି ଯାଇଥିବା, କଂଗ୍ରେସ ରୁ ଚାଲିଯାଇଥିବା ଓ ଶିବସେନା, ଏନ ସି ପି ରୁ ଚାଲି ଯାଇଥିବା ନେତା ବିଜେପି ରୁ ପଳାୟନ କରିବା ସମ୍ଭାବନା ଅଧିକ।

ତେଣୁ ଅନୁମାନ କରା ଯାଉଛି ବିଜେପି ଭାଙ୍ଗିଯିବ....

Comments