କଂଗ୍ରେସ ନେତା ଙ୍କ ବିରୋଧ ରେ ରଜତ କୋର୍ଟ କୁ ଗଲେ....

 


ଭାରତ ବର୍ଷ ର ପ୍ରଖ୍ୟାତ ଆଗଧାଡିର ସାମ୍ବାଦିକ ରଜତ ଶର୍ମା କଂଗ୍ରେସ ନେତା ଙ୍କ ବିରୋଧ ରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ କୁ ଗଲେ। ଏବେ କଂଗ୍ରେସ ର ଜୟରାମ ରମେଶ, ପବନ ଖାରେ ଓ ରାଗିଣୀ ନାୟକ ଅଦାଲତ ରେ ହାଜିର ହେବେ।

ସୂଚନା ଅନୁଯାଇ x ସୋସିଆଲ ମେଡ଼ିଆ ର ଏକ ପୋଷ୍ଟ ରେ ରଜତ ଙ୍କ ଚାନେଲ ରେ କଂଗ୍ରେସ ବିପକ୍ଷ ରେ ଅଶାଳୀନ କଟୁ ମନ୍ତବ୍ୟ ରଜତ ତାଙ୍କ ଚାନେଲ ରେ ନିର୍ବାଚନ ର ଫଳାଫଳ ବାହାରିବା ପୂର୍ବରୁ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ହେଲେ ରଜତ ଏହାକୁ ମିଥ୍ୟା ଓ ମନଗଢା କହିବା ସହ ତାଙ୍କର ବହୁ କ୍ଷତି ହୋଇଥିବା ଅଭିଯୋଗ ଅଦାଲତ ରେ ଆଣିଛନ୍ତି।

ତେବେ ଏହାକୁ x ସୋସିଆଲ ମେଡ଼ିଆ ରୁ ହଟାଇବା ସହ ଏ ସମ୍ପର୍କ ରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ରେ ଏହି ତିନି ନେତାଙ୍କୁ ପକ୍ଷ ରଖିବାକୁ ଆଦେଶ ଦେଇଛନ୍ତି।

ହେଲେ କଂଗ୍ରେସ ର ଏହି ନେତା ମାନଙ୍କ ଏନେଇ କୌଣସି ବିବୃତି ଗଣମାଧ୍ୟମ କୁ ଏଯାବତ ଆସିନାହିଁ।

Comments