ବିଜେପି ସରକାର ଦିନ ମଜୁରୀ ବଢ଼ାଇଲେ....


 ବିଜେପି ସରକାର ଦିନ ମଜୁରୀ ବଢ଼ାଇଲେ। ଏବେ ଅପାଠୁଆ ମୁଲିଆ ଟିଏ ଦିନକୁ ୪୫୦ ଟଙ୍କା ସରକାର ଙ୍କ ଘୋଷଣା ଅନୁଯାଇ ସର୍ବ ନିମ୍ନ ପାଇବ। ସେହିପରି ଦୋକାନ ବଜାର ଓ ଶିଳ୍ପ ସଂସ୍ଥା ରେ ତଥା କମ୍ପୁଟର ରେ କାମ କରୁଥିବା ଶ୍ରମିକ ମାନେ ଦିନକୁ ୫୦୦,୫୫୦,୬୦୦ ଟଙ୍କା ପ୍ରତିଦିନ ମଜୁରୀ ପାଇବା କୁ ସରକାର ବିଜ୍ଞପ୍ତି ଜାରି କଲେ ଯାହାକି,୧୮ତାରିଖ ରୁ କାର୍ଯ୍ୟକାରି ହେବ।

୨୬ ଦିନର ହିସାବ ରେ ସର୍ବନିମ୍ନ ୧୧୭୦୦ ଟଙ୍କା ରୁ ସର୍ବାଧିକ ୧୫୬୦୦ ଟଙ୍କା ପାଇବା କୁ ଶ୍ରମିକ ମାନେ ସରକାର ଙ୍କ ବିଜ୍ଞପ୍ତି ମାଧ୍ୟମରେ ଯୋଗ୍ୟ ହେଲେ। ହେଲେ ସତରେ କଣ ପୁଞ୍ଜିବାଦୀ କୁ ପାଥେୟ କରି ଚାଲୁଥିବା ସରକାର ର ଭାଗିଦାରୀ ଶିଳ୍ପପତି ମାନେ ଏହାକୁ ଗ୍ରହଣ କରିବେ? ହେଲେ ସରକାର ଶିଳ୍ପ କ୍ଷେତ୍ର ରେ negotiable instrument act ବିଷୟରେ କିଛିବି ମନ୍ତବ୍ୟ ଦେଲେ ନାହିଁ।

ସଂଗୁହିତ ଖବର ରୁ ଜଣା ଯାଏ ଆଜିବି listed psu ରେ କାର୍ଯ୍ୟରତ କର୍ମଚାରୀ ମାନେ ୬ମାସ ରୁ ଅଧିକ ଦରମା ପାଉନାହାନ୍ତି ପୂର୍ବରୁ ଥିବା ସ୍ଲାବ ଅନୁଯାଇ, ଏପରି କି ଗୋଟିଏ ଗୋଟିଏ କର୍ମଚାରୀ ଙ୍କ କ୍ଷେତ୍ରରେ ପ୍ରାୟ ୨ଲକ୍ଷ ରୁ ଅଧିକ ଦରମା ବାକି ରହିଛି। ପୁଣି ଦୀର୍ଘ ୨୦ ବର୍ଷ ଅସ୍ଥାୟୀ କର୍ମଚାରୀ ଭାବରେ ଶିଳ୍ପ କ୍ଷେତ୍ରରେ ଶ୍ରମିକ ନିର୍ଯାତନା ପାଉଛନ୍ତି।

୨୦୧୬ ଠାରୁ ସରକାର ଙ୍କ ଭାଗିଦାରୀ ବ୍ୟବସ୍ଥା ଓ ସାଧାରଣ ଆବଶ୍ୟକତା ର ଆଇନ ଆସିଥିଲେ ବି ସରକାର ଓ ରାଜନୈତିକ ଦଳ ମାନେ ଏହାର ଗୁରୁତ୍ୱ କୁ ଉପଲବ୍ଧି କରୁନାହାନ୍ତି।

ପୁଣି ଯଦି ଦୋକାନ ବଜାର ଓ କମ୍ପୁଟର ସଂସ୍ଥା ବିଷୟରେ ଆଲୋଚନା କରିବା ତେବେ ସେଠାରେ ଦିନ କୁ ୮ ଘଣ୍ଟା କାମ କରି ମାସ କୁ ୪ହଜାର ଶିକ୍ଷିତ ବେକାର ଯୁବକ ଓ ଯୁବତୀ ପାଉ ନାହାନ୍ତି। ଏପରି କି ସେଠି ବି ଦଲାଲ ଜୁଟୁଛନ୍ତି....

ତେବେ ଏବେ ବହୁ ସଂସ୍ଥା minimum wages act ବଦଳରେ negotiable instrument act ଅନୁସାରେ ଦିନ ମଜୁରୀ ଦେଉଛନ୍ତି।

ଦେଖିବା କୁ ଗଲେ କେହିବି ଶିଳ୍ପ ସଂସ୍ଥାଜ break even sales ହାସଲ କରିବାକୁ ସକ୍ଷମ ନୁହନ୍ତି। ସମସ୍ତେ break even point ରେ ନିଜ ବେପାର ଚଳାଉଛନ୍ତି। ତେବେ କର୍ମଚାରୀ ଙ୍କ ପାଇଁ ଋଣ କରିବା ର ସ୍ୱାଧୀନତା ସେମାନଙ୍କୁ ସରକାର ଦେଇଛନ୍ତି।

ହେଲେ ପ୍ରଶ୍ନ ଉଠୁଛି ସରକାର ଏହି corpus ଆଣିବେ କିପରି? ଯଦିବି ଆଣିବେ ତେବେ ଭାଗିଦାରୀ ଶିଳ୍ପପତି ମାନଙ୍କ ମାଧ୍ୟମରେ ଆଣିବେ। ତେବେ ଅଣ ସଂଘଠିତ କ୍ଷେତ୍ରରେ ସରକାର ଙ୍କ ନଜର ରହିବ କି?

କେବଳ ଭାଷଣ ରେ ବାହା ବାହା ନେବା ଓ କାଗଜରେ ଆଇନ ପ୍ରସ୍ତୁତ କରି ଡିଜିଟାଲ ମେଡ଼ିଆ ଓ ସୋସିଆଲ ମେଡ଼ିଆ ରେ ପ୍ରଚାର କରି ଛାତି ପ୍ରସାରିତ କରବା ଟା ବଡ଼ କଥା ନୁହେଁ। ଆଜିର ଦିନରେ ବହୁ କର୍ମଚାରୀ ସ୍ଥାୟୀ ନୁହନ୍ତି। ଶହ ଶହ ସରକାରୀ କମ୍ପାନୀ ରେ ଦରମା ବନ୍ଦ। ଯଦିବି କେହି ସରକାରୀ କମ୍ପାନୀ ରେ ଦିନ ମଜୁରିଆ ଭାବେ କାମ କରୁଛନ୍ତି ସେଠାରେ କଂଟ୍ରାକଟର ର ଶୋଷଣ ର ଶିକାର ହେଉଛନ୍ତି। ଏପରି କି ବହୁ commisson ବେପାର ଚାଲୁଛି।

ହେଲେ ସରକାର ଙ୍କ ଘୋଷଣା ଏକ ଯୁଆନ୍ତକାରୀ ପଦକ୍ଷେପ ହେଲେ ସରକାର ଏହି ବିତୀୟ ଆବଶ୍ୟକତା କୁ ଜାତୀୟ ସ୍ତରରେ ବିତୀୟ ନିଅଣ୍ଟ ପରିସ୍ଥିତି ରେ ଆଣିବେ କିପରି? ଅନୁମାନ କରାଯାଉଛି ସରକାର ଏବେ କେବଳ ପ୍ରଚାର ସର୍ବସ୍ୱ ହୋଇ ଉଠିଛନ୍ତି। ବାସ୍ତବତା, ଋଣ କରିବା ଶକ୍ତି କୁ ନଜର ନରଖି କେବଳ ଭୋଟର ଙ୍କୁ ଅକୃଷ୍ଟ କରିବାକୁ ଭାବ ବିହ୍ଵଳ ହୋଇ ଉଠିଛନ୍ତି।

ତେବେ ଦେଖିବା ଶିଳ୍ପପତି ମାନେ ଓ one man, two men ଓ limited କମ୍ପାନୀ କରିଥିବା ବ୍ୟବସାୟୀ ମାନେ ବିଜେପି ର ଏହି ଆଇନ କୁ କେତେ ସନମାନ ଦେଉଛନ୍ତି।


Comments