ବିହାର ର ଆର ଜେ ଡ଼ି ର ପ୍ରତିଷ୍ଠାତା ପୂର୍ବତନ ମୁଖ୍ୟ ମନ୍ତ୍ରୀ ଲାଲୁ ଯାଦବ କହିଲେ ମୋଦୀ ସରକାର ଦୁର୍ବଳ। କୌଣସି ସମୟରେ ତାହା ଭାଙ୍ଗି ଯିବ। ସେ ତାଙ୍କର ଦଳ ର କର୍ମୀ ମାନଙ୍କୁ ସର୍ବଦା ନିର୍ବାଚନ ପାଇଁ ପ୍ରସ୍ତୁତ ରୁହ ଓ ଜନତା ଙ୍କ ସମ୍ପର୍କ ରେ ରୁହ ବୋଲି କହିଛନ୍ତି।
ସେ କର୍ମୀ ମାନଙ୍କୁ କହିଲେ ୨୦୧୯ ରେ ସେମାନେ ୪୦ ରୁ ୩୯ ଆସନ ଜିତିଥିଲେ କିନ୍ତୁ ୨୦୨୪ ରେ ଆମେ ଇଣ୍ଡିଆ ମେଣ୍ଟ ୯ ଟି ଆସନ ରେ ବିଜୟୀ ହୋଇଛେ। ସେମାନଙ୍କ ତୁଳନାରେ ଆମେ ବି ଶକ୍ତିଶାଳୀ।
ସତ୍ୟ ଦେଖିବା କୁ ଗଲେ ବିହାର ଜେଡିୟୁ ୧୨ ଆସନ ର ସମର୍ଥନ ମୋଦୀ ଙ୍କୁ ରହିଛି। ଏବଂ ଟିଡିପି ର ୧୧ ଟି ଆସନ ର ସମର୍ଥନ ମୋଦୀ ଙ୍କୁ ରହିଛି। ଏହି ୨୩ ଆସନ ମୋଦୀ ଙ୍କ ପାଇଁ ସବୁ କିଛି।
ହେଲେ ନୀତିଶ ଆଗରୁ nda ରେ ଥିଲେ ଏବଂ ସେଥିରୁ ଆସି ଇଣ୍ଡିଆ ମେଣ୍ଟ ଗଢ଼ିଥିଲେ ହେଲେ କାହିଁକି ଇଣ୍ଡିଆ ମେଣ୍ଟ ଛାଡି ପୁଣି nda କୁ ଗଲେ ତାହା ଏଯାବତ କେହି ଜାଣନ୍ତି ନାହିଁ।
ତେବେ ଏହି ନିର୍ବାଚନ ପରେ ବିହାର ରେ କଂଗ୍ରେସ ଓ ଆର ଜେ ଡ଼ି ଦୁହେଁ ଏକ ପ୍ରଭାବ ଶାଳୀ ବିରୋଧୀ ହୋଇ ପାରିଛନ୍ତି। ତେଣୁ ଲାଲୁ ଙ୍କ ଯୁକ୍ତି ଓ ଭାବନା କିଛି ଭୁଲ ନୁହେଁ।
ତେବେ ଖାଲି ନୀତିଶ ସରକାର ରୁ ସମର୍ଥନ କାଢିନେଲେ ଯେ ସରକାର ଭାଙ୍ଗିଯିବ ଏହାବି ଠିକ ନୁହେଁ। ଯଦି ନୀତିଶ ଓ ଚନ୍ଦ୍ରବାବୁ ଉଭୟ ସରକାର ରୁ ସମର୍ଥନ କାଢି ନିଅନ୍ତି ତେବେ ମୋଦୀ ଙ୍କ ସରକାର ଭାଙ୍ଗିବା ସୁନିଶ୍ଚିତ ହେବ।
ତେବେ ଅର୍ଥନୈତିକ ଦୃଷ୍ଟି କୋଣ ରୁ ବିଚାର କଲେ ସରକାର ବିତୀୟ ନିୟଣ୍ଟ, ମୂଲ୍ୟ ହ୍ରାସ ଓ ସୁବସିଡି ଦେବାରେ ବିଫଳ ହେବାର ଆଶଙ୍କା କରାଯାଏ। ପୁଣି ବିହାର ଉପ ମୁଖ୍ୟ ମନ୍ତ୍ରୀ ନିଟ ପ୍ରଶ୍ନ ପତ୍ର ଲିକ ସହ ଜଡିତ ବୋଲି ଆର ଯେ ଡ଼ି ର ତେଜସ୍ୱୀ ଯାଦବ ଙ୍କ ଫଟୋ ଥାଇ ଏକ ଭିଡିଓ କ୍ଲିପ ସୋସିଆଲ ମେଡ଼ିଆ ରେ ଘୁରିବୁଲୁଛି। ତେବେ ଏହା ଆଗକୁ ବିବାଦ ର ରୂପ ନେବ ବୋଲି ରାଜନୈତିକ ବିସ୍ଲେଷକ ମାନେ କହୁ ଛନ୍ତି। ତେବେ ନିଟ ବିଷୟ ସିବିଆଇ ର ତଦନ୍ତ ରେ ରହିଛି ଏଯାବତ ୧୪ ଜଣ ଗିରଫ ହୋଇଛନ୍ତି।
ତେବେ ଦେଖାଯାଉ ବହୁ ବରିଷ୍ଟ ଓ ଅଭିଜ୍ଞ ନେତା ଲାଲୁ ଙ୍କ ଭବିଷ୍ୟ ବାଣୀ କେତେ ସତ ହେଉଛି?

Comments
Post a Comment