ପୁରୀ ର ଜଗନ୍ନାଥ ମନ୍ଦିର ମହାପ୍ରଭୁ ଙ୍କ ଆଦ୍ୟ ମନ୍ଦିର ନୁହେଁ। ଶ୍ରୀ ଗୁଣ୍ଡିଚା ମନ୍ଦିର ମହାପ୍ରଭୁ ଙ୍କ ଆଦ୍ୟ ମନ୍ଦିର। ପରେ ନୀଳଶୈଳ ପର୍ବତ ଶିଖରେ ମହାପ୍ରଭୁ ଙ୍କ ମନ୍ଦିର ତୋଳା ଯାଇଥିଲା।
ଗଜପତି ଙ୍କ ପରେ ଗଜପତି ମାନେ ପ୍ରତି ସମୟରେ ମହାପ୍ରଭୁ ଙ୍କ ପାଇଁ କିଛି କିଛି କରିଥିଲେ। ଆଜିର ମନ୍ଦିରରେ ଯାହା ସବୁ ରହିଛି ତାହା ଏକ ଗଜପତି କରିଛନ୍ତି ତାହା ବି ଭୁଲ। ଏପରିକି ଆଜିର ଷୋଳ ଶାସନ ଏକ ସମୟରେ ହୋଇନାହିଁ। ଏପରି କି ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ, ମାର୍କଣ୍ଡେୟ ପୁଷ୍କରିଣୀ ଓ ଶ୍ୱେତଗଙ୍ଗା ପୁଷ୍କରିଣୀ ଏକ ସମୟରେ ହୋଇନାହିଁ।
ହେଲେ ଏହା ସତ୍ୟ କପିଳେନ୍ଦ୍ର ଦେବ ଙ୍କ ସମୟରେ ରାଜ୍ୟ ଜୟ କରି ସେ ହାତୀ ପିଠିରେ ମହାପ୍ରଭୁ ଙ୍କ ପାଇଁ ସୁନା ଆଣିଥିଲେ। ଓଡ଼ିଆ ବୀର ପାଇକ ମାନେ ବହୁ ରାଜ୍ୟ ଜୟ କରି ମହାପ୍ରଭୁ ଙ୍କ ପାଇଁ ସୁନା ଆଣି ଭଣ୍ଡାର ରେ ରଖୁଥିଲେ। ତ୍ୟାଗ, ନିଷ୍ଠା ରେ ତାହା ବି ଗଣତନ୍ତ୍ର ରେ ରହିଛି।
ମହାପ୍ରଭୁ ଙ୍କ ଦୁଇଟି ଭଣ୍ଡାର କିନ୍ତୁ ପୁରାତନ ଯୁଗ ରେ ଭିତର ଭଣ୍ଡାର ଗୋଟିଏ ଥିଲା। ପରବର୍ତୀ ସମୟରେ ବାହାର ଭଣ୍ଡାର ର ନିର୍ମାଣ ଓ ଆଧୁନିକତା କରାଯାଇଥିଲା। ଆଜିର ଏହି ବାହାର ଭଣ୍ଡାର ଶଙ୍ଖ ଦୁଆର ଦେଇ ପସିଲେ ସମ୍ମୁଖରେ ଦେଖାଯାଏ। ଯେଉଁ ଠାରେ ମହାଜନ ସେବକ ବଇଠି କରନ୍ତି। ଏକ ପକ୍ଷରେ ଚାଙ୍ଗଡ଼ା ମେକପ ଲୁଗା ପଟା ରଖନ୍ତି। ଅନ୍ୟ ପଟେ ପାଟଯୋଶୀ ମହାପାତ୍ର ଭଣ୍ଡାର ମେକାପ ଭଣ୍ଡାର ଜଗନ୍ତି।
ହେଲେ ଏହା ପୋଖରୀଆ ପୂର୍ବରୁ ଥାଏ। କିନ୍ତୁ ଭିତର ଭଣ୍ଡାର ଭିତରକୁ ଯିବାକୁ ବର୍ତମାନ ର ବାହାର ଭଣ୍ଡାର ଦେଇ ପାହାଚ ଓଲ୍ହାଇ ଭିତର କୁ ଯିବାକୁ ହୋଇଥାଏ। ଏହା ଏକ ଭୁତଳ ପ୍ରସାଦ ଯାହାକି ପଥର ରେ ନିର୍ମିତ। ଏହାର ଛାତ ଘଣ୍ଟି ଦୁଆର ପର୍ଯ୍ୟନ୍ତ ବିସ୍ତୃତ ଅଟେ। ଏବଂ ସାତପାହାଚ ପର୍ଯ୍ୟନ୍ତ ଏହାର ଛାତ ଓ କାନ୍ଥ ସଂଲଗ୍ନ ଅଟେ। ପୁଣି କଥା ଅଛି ଏହା ମଧ୍ୟରେ ସୁଡ଼ଙ୍ଗ ରହିଛି ଏବଂ ଯେଉଁ ସୁଡ଼ଙ୍ଗ ଅମୁହାଁ ଦେଉଳ ଓ ଇଷାନେଶ୍ୱର ଙ୍କ ପର୍ଯ୍ୟନ୍ତ ଅଛି।
ମହାପ୍ରଭୁ ଙ୍କ ଉପରେ ବିପଦ ଆସିଲେ ରଜା ରାଜୁଡା ମାନେ ମହାବାହୁ ଙ୍କୁ ସୁରକ୍ଷା ଦେବା ସହ ମହାପ୍ରଭୁ ଙ୍କ ସମ୍ପତି କୁ ସୁରକ୍ଷା ଦେବା ପାଇଁ ଗୁପ୍ତ ରାସ୍ତା ରହିଛି। ହେଲେ ପ୍ରଭୁ ଲୋକନାଥ ଭଣ୍ଡାର ରକ୍ଷକ ଓ ଅଜା ସୁଦର୍ଶନ ତାଙ୍କ ର ହିସାବ ରକ୍ଷକ ବା ଗଣନାଙ୍କ।ହେଲେ କଥା ଅଛି ବାସୁକୀ, ପାତାଳ ଭୈରବୀ ଏହି ଭିତର ଭଣ୍ଡାର ଜଗନ୍ତି। ଏବଂ ନୀତି କାନ୍ତି ରେ ଶ୍ରୀମନ୍ଦିର ରେ ଏବେବି ପାତାଳ ଭୈରବୀ ଙ୍କ ପୂଜା ର ଵିଧି ଅଛି।
ତେବେ ସାତପାହାଚ, ପାଟ ଅଗଣା ଖୋଳା ଖୋଳି କୁ ସମ୍ପୂର୍ଣ ବନ୍ଦ କରିବା ସହ କୀର୍ତନ ଚକଡା ଉପରେ ଭଲ ଭାବେ ଜଳ ନିରୋଧ ହେବା ଆବଶ୍ୟକ। ପୋଖରୀଆ ରୁ ନିର୍ଗତ ଜଳ ଠାରୁ ଘଣ୍ଟି ଦୁଆର ପର୍ଯ୍ୟନ୍ତ ଉପର ଜଳ ନିରୋଧ ବଢ଼ା ଯାଇପାରିଲେ ରତ୍ନ ଭଣ୍ଡାର ସମ୍ପୂର୍ଣ ସୁରକ୍ଷିତ ହୋଇ ପାରିବ। କିନ୍ତୁ ବ୍ୟବସ୍ଥା ଏହାକୁ ଗୁରୁତ୍ୱ ନଦେଇ ଅନ୍ୟ କଥା ରେ ମାତାଲ।
ଅନ୍ୟ ଏକ କଥା ଶ୍ରୀମନ୍ଦିର ରେ ବର୍ଷା ଜଳ ର ସୁ ପରିଚାଳନା ହେବା ଜରୁରୀ ଅଟେ।
ପାଟ ଅଗଣା ତଳେ କିଛି ଭୁତଳ ନିର୍ମାଣ ରହିଛି। ତେଣୁ ପାଟ ଅଗଣା ରେ ଜଳ ଭେଦିବା କୁ ଦିଆ ନ ଯିବା ର ବହୁ ଆବଶ୍ୟକତା ରହିଛି। ବୈଜ୍ଞାନିକ ପଦ୍ଧତି ରେ ଏହା ର ମରାମତି ହେବା ଜରୁରୀ। ତେବେ ଆଜିର ବଜାର ରେ ଏହା ମରାମତି ପାଇଁ ସବୁ କିଛି ମିଳୁଛି ଯାହାକୁ ପୁରୀ ର ପଥର ଶିଳ୍ପୀ ମାନେ ଆକ୍ଳେଶ ରେ କରିପାରିବେ।
ତେବେ ମହାପ୍ରଭୁ ଙ୍କ ସମ୍ପତି ରେ ଲୋଭ ଓ ଚୋରି ମନୋଭାବ ରଖିଲେ ଦୈବୀ ଦଣ୍ଡ ନିଶ୍ଚିତ ଏଥିରେ ସନ୍ଦେହ ନାହିଁ।

Comments
Post a Comment