ଲୋକେ କହୁଛନ୍ତି ବିଜେପି ସରକାର ରେ ସବୁ ସମ୍ଭବ। ଓଡିଶା ରୁ ଲୋକସଭା ଜିତିବା ପରେ ଓଡିଶା ର ବିଜେପି ର ବଡ଼ ନେତା ଶ୍ରୀଯୁକ୍ତ ପ୍ରଧାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ହେଲେ, ହେଲେ ଶପଥ ନେବା ପରେ ନିଟ ୟୁଜିସି ପ୍ରଶ୍ନ ପତ୍ର ଖୁଲାସା ହେଲା। ସିବିଆଇ ବିହାର ରୁ ଏ ସମ୍ପର୍କ ରେ କିଛି ବ୍ୟକ୍ତି ଙ୍କୁ ଗିରଫ କରି ତଦନ୍ତ ଜାରୀ ରଖିଛି।
ହେଲେ ଉକ୍ତ ପରୀକ୍ଷା ବାତିଲ ହେଲା। କିଛି ଛାତ୍ର ଛାତ୍ରୀ ସଫଳତା ପାଇଥିଲେ କିନ୍ତୁ ପରୀକ୍ଷା ବାତିଲ ହେବା ପରେ ସେମାନେ କୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି।
ଆଜିର ଶିକ୍ଷା ବ୍ୟବସ୍ଥା ଆସ୍ତେ ଆସ୍ତେ ପୁଞ୍ଜିପତି ଙ୍କ ହାତରେ ବନ୍ଧା ପଡ଼ିବାକୁ ଯାଉଛି। ଗରିବ ପିଲାମାନେ ଯେତେ ଭଲ ପଢିଲେ ବି ସେମାନଙ୍କ ମା ବାପା ମାନେ ସେମାନଙ୍କୁ ଉଚ୍ଚ ଶିକ୍ଷା ଦେବାକୁ ଆଜିର ବ୍ୟବସ୍ଥା ସୁଯୋଗ ଦେବାକୁ ଅସହାୟ।
ସରକାରୀ କଲେଜ ରେ ଅଧ୍ୟାପକ ହେବା ପାଇଁ ଏହି ପରୀକ୍ଷା ର ଗୁରୁତ୍ୱ ରହିଥିବା ବେଳେ ଉଚ୍ଚ ଶିକ୍ଷା ପାଇଁ କମନ ଏଣ୍ଟ୍ରାନ୍ସ ର ପରୀକ୍ଷା ର ଗୁରୁତ୍ୱ ରହିଛି। ଏହାକୁ ହେୟ ଜ୍ଞାନ କରିବା ସରକାର ଙ୍କ ମାତ୍ରାଧିକ ଭୁଲ ବୋଲି ଧରାଯିବ। ତେବେ ଯଦିଓ ଆଜିର ଦୁନିଆରେ ଚାକିରୀ ଟିଏ ମିଳିବ ଏହାର ଗ୍ୟାରେଣ୍ଟି କିଛି ନାହିଁ। ଚାକିରୀ ପାଇଲେ ବି ଦରମା ନିୟମିତ ମିଳିବ ଏହାର ବି ଗ୍ୟାରେଣ୍ଟି ନାହିଁ।
ତେବେ ଯାହା ହେଉ ଆଗରୁ ଯେଉଁ ମାନେ ସରକାର ଙ୍କ ଭାଗିଦାରୀ ରେ ଅଛନ୍ତି ସେମାନେ ବ୍ୟବସ୍ଥା ରେ ସବୁ କିଛି ହାତେଇବା ର ସମ୍ଭାବନା ଅଛି। ହେଲେ ପାଠ ପଢ଼ା ରେ ଓ ପିଲାମାନଙ୍କ ଏସବୁ ପରୀକ୍ଷା ରେ ରାଜନୀତି ପସିଲେ ସାଧାରଣ ଛାତ୍ର ଛାତ୍ରୀ ଯେଉଁମାନଙ୍କର କେହି ଅମଲା ଓ ରାଜନୈତିକ ଲୋକ ପରିଚିତ ନାହାନ୍ତି ସେମାନେ ସେମାନଙ୍କ ଅଧିକାର ଓ ନିଜର ଗଣତାନ୍ତିକ ମୂଲ୍ୟବୋଧ କୁ କିପରି ପାଇବେ?
କଷ୍ଟ କରି ରାତି ଦିନ ପାଠ ପଢି ଯଦି ପିଲାମାନେ ଏପରି ପରିସ୍ଥିତି ର ସାମ୍ନା କରିବେ ତେବେ ଦୋଷୀ ବୋଲି କହିବା କାହାକୁ???
ଯଦି ଆଜିର ଶିକ୍ଷା ବ୍ୟବସ୍ଥା ବିଷୟରେ ଆଲୋଚନା କରିବା ତେବେ ପୁଞ୍ଜିପତି ଙ୍କ ବ୍ୟବସ୍ଥିତ ପ୍ରବେଶ କୁ ଏଡାଇ ହେବନାହିଁ। ହେଲେ ଗରିବ ପିଲାମାନେ ସେମାନଙ୍କ ଶିକ୍ଷା କିପରି ସରକାରୀ ବ୍ୟବସ୍ଥା ରୁ ସଠିକ ଭାବେ ପାଇପାରିବେ ତାହାର ଗୁରୁତ୍ୱ ରହିବାର ଆବଶ୍ୟକତା ରହିଛି।
ସମାଜରେ ବେରୋଜଗାର ବଢିବା ରେ ଶିକ୍ଷା ଆଜିର ବ୍ୟବସ୍ଥା ରେ ପଣ୍ୟ ଦ୍ରବ୍ୟ ଭଳି ବିକ୍ରି ହେବା ଦେଖା ଯାଉଛି। ତେବେ ଶିକ୍ଷା କ୍ଷେତ୍ର ରେ ସଂସ୍କାର ର ଆବଶ୍ୟକତା ରହିଛି।
ପ୍ରଶ୍ନ ପତ୍ର ଲିକ, ଚି଼ହ୍ନ। ମୁହଁ ରେ ଚାକିରୀ ଦେବା ଯଦି ଗଣତନ୍ତ୍ର ରେ ବନ୍ଦ ନହୁଏ ତେବେ ତାହା ଗଣତନ୍ତ୍ର କୁ ନଷ୍ଟ କରିବ।
ତେବେ ଏ ଥିରେ ଯେଉଁ ମାନେ ସମ୍ପୃକ୍ତ ସେମାନଙ୍କୁ କଠୋର ରୁ କଠୋର ଦଣ୍ଡ ମିଳୁ ଏହା ଆଶା କରାଯାଏ।

Comments
Post a Comment