ନର୍ମଦା ବଚାଓ ଆନ୍ଦୋଳନ ର ବହୁ ପରିଚିତ ସାମାଜିକ ଆନ୍ଦୋଳନ ର ନେତ୍ରୀ ମେଧା ପାଟକାର ଦିଲ୍ଲୀ lt governor V. K Saxsena ଙ୍କ ଠାରୁ ମାନହାନି ମାମଲା ରେ ହାରି ଗଲେ। ହେଲେ ଏହା quasi adalat ର ରାୟ। ଉକ୍ତ ମାନହାନି ମାମଲା ରେ ମେଧା ଙ୍କୁ ୫ ମାସ ଜେଲ ଦଣ୍ଡ ହେବା ସହ ଦଶ ଲକ୍ଷ ଜରିମାନା ହୋଇଛି।
ହେଲେ ୧ମାସ ଭିତରେ ମେଧା ଅଦାଲତ ରେ ରାୟ ବିରୁଦ୍ଧରେ ଅପିଲ କରି ପାରିବେ।
ତେବେ ଉକ୍ତ ମାମଲା ମେଧା ଙ୍କ ଏକ ବିବୃତି V. K. Saxsena ଙ୍କ ବିରୁଦ୍ଧରେ ଥିଲା, ଯାହାକି ମେଧା କହିଥିଲେ ସେ hawala ସହ ଜଡିତ। ଯାହା ବିରୁଦ୍ଧରେ ମେଧା ଙ୍କ ବିରୁଦ୍ଧରେ ମାନହାନି ମାମଲା ରୁଜୁ ହୋଇଥିଲା।
ଆଜି ସାମାଜିକ ସ୍ତର ରେ ଏପରି ରାୟ ଉପରେ ବ୍ୟାପକ ଆଲୋଚନା ହେବାର ଗଣତନ୍ତ୍ର ରେ ଆବଶ୍ୟକ ରହିଛି ଏହାକୁ ଆଡେଇ ଦିଆ ନଯାଇ ପାରେ। ଏକ ସାମାଜିକ କର୍ମୀ ଏ ଦଶ ଲକ୍ଷ ଜରିମାନା ଦେବ କେଉଁ ଠାରୁ। ସେ ତ ବେତନ ଭୋଗୀ ନୁହେଁ। ଏକ ଏନ. ଜି. ଓ ମାଧ୍ୟ୍ୟମରେ ଲୋକ ଓ ମାଟି ପାଇଁ ଲଢୁ ଥିବା ମଣିଷ।
ନେତା ନେତା ଙ୍କୁ କହିବା,ରାଜନୈତିକ ଦଳ ଆଉ ଏକ ରାଜନୈତିକ ଦଳ କୁ କହିବା ଗଣତନ୍ତ୍ର ରେ ଚାଲି ଆସିଛି।
ତେବେ ପ୍ରସଙ୍ଗ ଏଠି ମେଧା ଜଣେ ବିଶିଷ୍ଟ ସାମାଜିକ କର୍ମୀ ଓ ଜଣେ ଜଣାଶୁଣା ଚେହେରା ଓ ଶିକ୍ଷିତା ମଧ୍ୟ୍ୟ। ବିନା ପ୍ରମାଣ ରେ ସେ ସାଧାରଣ ରେ ଏପରି ମନ୍ତବ୍ୟ ଦେଲେ କିପରି?
ବୋଧ ହୁଏ ଏହି ରାୟ ଭାରତ ରେ ପ୍ରଥମ। ଯଦିଓ quasi judgement ର ସେତେଟା ଗୁରୁତ୍ୱ ନଥାଏ ମାତ୍ରକ ଏହା କେବଳ ଏକ ମୁଣ୍ଡ ବିନ୍ଧା ର କାରଣ। ତେବେ ଏପରି ରାୟ ମାଧ୍ୟ୍ୟମରେ ସାମାଜିକ କର୍ମୀ ମାନଙ୍କ ସାଧାରଣ ଅଭିବ୍ୟକ୍ତି କୁ ଦମନ କରାଯାଇଛି।
ତେବେ ସରକାର ଙ୍କୁ ସମର୍ଥନ କରୁଥିବା ଲୋକେ ଯେ, ଦୁର୍ନୀତି କରନ୍ତିନି ଏହା ବିଶ୍ୱାସ ହେଉନି। ଆଇନି, ସି. ବି. ଆଈ ସରକାର କରୁଥିବା ଲୋକଙ୍କୁ ବି ତଦନ୍ତ ର ପରିସର କୁ ନେବା ର ଆବଶ୍ୟକତା ରହିଛି।
ପ୍ରଶ୍ନ ଉଠୁଛି ନେତା ଏପରି ଜରିମାନା ଯଦି ଦିଏ ତେବେ ସେ କାହା ଠାରୁ ନେବ। ଏପରି ବ୍ୟବସ୍ଥା କଣ ସମାଜରେ ଦୁର୍ନୀତି, ଅନୀତି ରୋକି ପାରିବ।

Comments
Post a Comment