ଆଜି ମୋଦୀ ଙ୍କ ତୃତୀୟ ପାଳି ର ବଜେଟ ଆସିଲା।ଯାହାକି, revenue ବଜେଟ। ଯୋଜନା ଓ ଅଣ ଯୋଜନା ଗତ ବ୍ୟୟ ଅଟକଳ କୁ ନେଇ ଏକ ଆକଳିତ ବଜେଟ ଅଟେ। ତେବେ ୧୪୨୩୪୫୧ କୋଟି ର ବଜେଟ। ଯଦି ମୁଣ୍ଡ ପିଛା revenue share ର ହିସାବ କରିବା ତେବେ ୧୦୧୬୭ ଟଙ୍କା ୫୦ ପଇସା ହେବ। ପୁଣି ପରିବାର ପିଛା ଅତିକମରେ ୪୦୬୭୦ ଟଙ୍କା ସରକାର ସରକାରୀ ଅଂଶଧନ ର ହିସାବ ବ୍ୟୟ ପାଇଁ ଆକଳନ କଲେ।
ହେଲେ ଏସବୁ ଯୋଜନା ଗତ ବ୍ୟୟ। କେବଳ ଅଣ ଯୋଜନା ଗତ ବ୍ୟୟ ମୁଣ୍ଡପିଛା ୪୦୩ ଟଙ୍କା ୫୭ ପଇସା ସରକାର ରଖିଛନ୍ତି। ତେବେ ଅତି ଗରିବ, ଭୂମିହୀନ, ଦିନ ମଜୁରିଆ ସରକାର ହିସାବ ରେ ୪୦୦ ଟଙ୍କା ରୁ କମ ପାଇବା ଅନୁମେୟ ହେଉଛି।
ଅନ୍ୟ ପକ୍ଷରେ ସରକାର income tax ର standard deduction ବଢାଇବା କହିଛନ୍ତି ଫଳରେ ୩ଲକ୍ଷ ଆୟ ସୀମା ପର୍ଯ୍ୟନ୍ତ ଆୟ କର ଦେବାକୁ ପଡିବ ନାହିଁ। ତେବେ ଏ କ୍ଷେତ୍ରରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ଖୁଚୁରା ବେପାରୀ ଙ୍କ ଛଡା ଅନ୍ୟ କେହି ସେପରି ଲାଭବାନ ହେବେନି। ଏ ପରିକି ପୂର୍ବ ଆୟକର ଅନୁସାରେ ସେମାନେ ବି ଆୟ କର ଦେଉନଥିଲେ। ଏବେ ତୃତୀୟ ଶ୍ରେଣୀ ଓ ତା ଉପର କର୍ମଚାରୀ ମାନଙ୍କ ର ଏଥିରେ ସେତେଟା ଲାଭ କିଛି ହେବନି।
ପୁଣି ବଜେଟ ରେ ରୋଜଗାର ସୃଷ୍ଟି ବିଷୟରେ ସେପରି କିଛି ଦେଖିବା କୁ ମିଳୁନି।
ମୁଖ୍ୟ କଥା ଏହି ବଜେଟ ରେ ଗରିବ, ଗୁରୁବା ଙ୍କ ନିକଟ କୁ ସେତେ ଟା ରୋଜଗାର ଆସିବା ଅନୁମେୟ ହେଉନାହିଁ। ଏବଂ ଗରିବ ଟିଏ ଋଣ କଲେ ବି ରୋଜଗାର ଅତିବେଶୀ ରେ ଦିନକୁ ୪୦୦ ଟଙ୍କା ପର୍ଯ୍ୟନ୍ତ ପାଇବା ଦେଖା ଯାଉଛି ତା ଠାରୁ ଅଧିକ ଗରିବ ଗୁରୁବା ଙ୍କ ନିକଟ କୁ ଆସି ବା ସମ୍ଭବ ନୁହେଁ।ହେଲେ ଓଡିଶା ସରକାର କିପରି ୬୦୦ ଟଙ୍କା ପର୍ଯ୍ୟନ୍ତ ଦିନ ମଜୁରୀ ଦେବେ ତାହାବି ପ୍ରଶ୍ନବାଚୀ।
ହେଲେ ଡିଫେନ୍ସ ବଜେଟ ବଡ଼ ଆକାର ନେଇଛି ଯାହା ଫଳରେ ସରକାର aquisition transfer କୁ ନିୟମିତ କରିବା ଓ ନୂଆ ପଟା ଦେବାରେ ସକ୍ଷମ ହୋଇ ପାରିଲା ଭଳି ଲାଗୁଛି। ତେବେ ରାଜ୍ୟ ସ୍ତରରେ ଏହା ର ସମ୍ଭାବନା ବି କମ।
ତେବେ ରେଳ ବଜେଟ ଓ କ୍ୟାପିଟାଲ ବଜେଟ ପରିବାର ପିଛା ୫ ଲକ୍ଷ ହେବା ର ସମ୍ଭାବନା ଦେଖାଯାଉଛି।
ତେବେ ବଜେଟ ରେ ସାଧାରଣ ଆବଶ୍ୟକତା ପାଇଁ ମାସିକ ୧୨,୦୦୦ ହେବା ର ସମ୍ଭାବନା ଦେଖାଯାଉଥିଲେ ବି ମାଧ୍ୟମ ର ଅଭାବ ଯୋଗୁଁ ଏଥିରେ ଅନିୟମିତତା ହେବା ର କଳ୍ପନା ଜଳ୍ପନା ଅନେକ।
ତେବେ ଯଦି ରାଜ୍ୟ ସରକାର ମାନେ ମାସିକ ୧୨ ହଜାର ପର୍ଯ୍ୟନ୍ତ welfare scheme ମାଧ୍ୟମରେ ଦେବା କୁ ରାଜ୍ୟ ବଜେଟ ରେ ସୂତ୍ର ତିଆରି କରି ପାରିବେ ତେବେ ଗରିବ ଗୁରୁବା ସାଧାରଣ ଆବଶ୍ୟକତା ପାଇପାରିବେ। ନତୁବା ଗରିବ ଗୁରୁବା ଙ୍କ ନିକଟ କୁ ବଜେଟ ଅର୍ଥ ରାଶି ପହଂଚି ପାରିବ ନାହିଁ।
ରୋଜଗାର, ନିଯୁକ୍ତି ସେତେଟା ସୃଷ୍ଟି ହେବ ଏହା ଆଶା କରାଯାଇ ପାରୁନି। ତେବେ ବଜେଟ ରେ ସାଧାରଣ ଆବଶ୍ୟକତା କୁ କରାଯାଇ ପାରିବ କିନ୍ତୁ ମାଧ୍ୟମ ର ଅଭାବ ଯୋଗୁଁ ଏହା ହୋଇ ପାରିଲା ପରି ଦେଖା ଯାଉନାହିଁ ।ତେବେ ଗରିବ ଗୁରୁବା ଙ୍କ ନାମ ରେ ଦୁର୍ନୀତି ର ବହୁ ସୁଯୋଗ ରହିଛି।

Comments
Post a Comment