ଆଜି ଓଡିଶା ବିଧାନସଭା ର ପ୍ରଥମ ଦିନ। ଉଭୟ ବିରୋଧୀ ଦଳ ବିଜେପି ସରକାର କୁ ବିଧାନସଭା ରେ ଘାଇଲା କଲେ। କେବଳ ବିଧାନସଭା ନୁହେଁ ସବୁ ଗଣମାଧ୍ୟମ ରେ ଆଜି ବେଶ ଚର୍ଚ୍ଚା।
ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଦୀର୍ଘ ୨୪ ବର୍ଷ ଶାସନ କରିଥିବା ପୁରୁଖା ନେତା ଆଜିର ବିରୋଧୀ ଦଳ ନେତା ବିଜେଡି ର ନବୀନ ପଟ୍ଟନାୟକ କହିଲେ ଓଡିଶା ର ଆଇନ ଶୃଙ୍ଖଳା ସମ୍ପୂର୍ଣ ଭୁଶୁଡି ଯାଇଛି। ରାଜ୍ୟପାଳ ଙ୍କ ପୁଅ ଓଡିଶା ର ଏକ ଅମଲା ଙ୍କୁ ମାଡ଼ ମାରିବା ବିଷୟ ଓ ପୋଲିସ ମାମଲା ନରଖିବା ମତେ ଆଘାତ ଦେଇଛି। ପୁଣି କହିଲେ ମୋ ସରକାର ସମୟରେ ଏପରି କେବେ ହେଇନି।
ତେବେ ରାଜ୍ୟପାଳ ଙ୍କ ଭାଷଣ ଅଧାରୁ ବିରୋଧୀ ଦଳ ବିଧାନସଭା ର ଗୃହ ରୁ ବାହାରି ଚାଲି ଯାଇଥିଲେ।
ଅପରପକ୍ଷରେ କଂଗ୍ରେସ ର ଆଗଧାଡିର ନେତା ତାରା ପ୍ରସାଦ ବାହିନୀପତି କହିଲେ ଯେ ପର୍ଯ୍ୟନ୍ତ ରାଜ୍ୟପାଳ ଙ୍କ ପୁଅ ମାଡ଼ ମାରିବା ଘଟଣା ର ତଦନ୍ତ ନ ହୋଇଛି ଓ ସରକାର ଜବାବ ନରଖିଛନ୍ତି ସେ ପର୍ଯ୍ୟନ୍ତ ଆମେ ତାଙ୍କୁ ଶୁଣିବୁ ନାହିଁ।
ହୋ ହଲ୍ଲା ଭିତରେ ଆଜିର ଗୃହ କାର୍ଯ୍ୟ ସୁଚାରୁ ରୂପେ ଚାଲି ପାରିଲା ନାହିଁ। ତେବେ ବିଜେପି ଦଳ ରାଜ୍ୟପାଳ ଙ୍କୁ ଶୁଣିଲେ ଲମ୍ବା ସମୟ ଧରି।
ତେବେ ଆଜିର କାର୍ଯ୍ୟ ରୁ ଜାଣି ହେଲା ବିଜେଡି ରାଜ୍ୟ ଓ କେନ୍ଦ୍ର ରେ ବିଜେପି ସରକାର ଙ୍କୁ କୌଣସି ପ୍ରକାର ସମର୍ଥନ ଦେବ ନାହିଁ। କେନ୍ଦ୍ର ରେ ବିଜେଡି ଓଡିଶା କୁ ସ୍ୱତନ୍ତ୍ର ପହିଆ ଦେବାକୁ ଦାବି ଉପସ୍ଥାନ କରିଛି। ସେହିପରି ଆନ୍ଧ୍ର ର YSR ମଧ୍ୟ ବିଜେପି କୁ ରାଜ୍ୟ ସଭା ରେ ସମର୍ଥନ ଦେବ ନାହିଁ ବୋଲି ଜଣା ପଡିଛି।

Comments
Post a Comment