ଲୋକସଭା ଆରମ୍ଭ ରୁ ସାମ୍ବିଧାନିକ ଵିଧି ବ୍ୟବସ୍ଥା ରେ ସମସ୍ତେ ସମାନ ଓ ଦେଶ ରେ ହିଂସା ବଢିବା କଥାକୁ ନେଇ ସାମାଜିକ ସୁରକ୍ଷା ରେ ସାଧାରଣ ହିନ୍ଦୁ ଓ ଅଣହିନ୍ଦୁ ର ସ୍ୱାଧୀନତା ଓ ସୁରକ୍ଷା କୁ ପ୍ରସଙ୍ଗ କରି ରାହୁଲ ଗାନ୍ଧୀ ନିଜ ବୟାନ ରଖିବା ସ୍ଥଳେ ଆଜି ରାହୁଲ ସମଗ୍ର ଦେଶ ରେ ବିବାଦୀୟ ହୋଇ ଉଠିଛନ୍ତି।
ବିଜେପି ଦେଶ ରେ ଏହାକୁ ନେଇ ହିନ୍ଦୁ ସଂଗଠନ ମାଧ୍ୟ୍ୟମରେ ରାହୁଲ ଙ୍କୁ ଘେରିବା କୁ ଆଗେଇଛି।
ଏବେ ରାହୁଲ କୁହନ୍ତି ବିଜେପି ଓ ଆର. ଏସ. ଏସ ସମଗ୍ର ହିନ୍ଦୁ ନୁହନ୍ତି। ସତରେ ଯଦି ଆମେ ନିର୍ବାଚନ ର ଫଳାଫଳ କୁ ଦେଖିବା ତେବେ ସମଗ୍ର ହିନ୍ଦୁ ଓ ଅଣ ହିନ୍ଦୁ ଗେରୁଆ ଗୋଷ୍ଠି ସହ ନାହାନ୍ତି।
ଇଣ୍ଡିଆ ମେଣ୍ଟ ସହ ମାୟାବତୀ ମଧ୍ୟ୍ୟ ଏହାକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ରେ ସମର୍ଥନ ଦେବା ସହ ଆମେରିକା ବି ରାହୁଲ ଙ୍କ ଯୁକ୍ତି କୁ ପୁର୍ଣ ସମର୍ଥନ କରୁଛି।
ସେହିପରି ରାଜ୍ୟସଭା ରେ ମାଲିକାର୍ଜୁନ ଙ୍କ ବୟାନ କୁ ବି ଦେଶବାସୀ ଖୁବ ପସନ୍ଦ କରିଛନ୍ତି। ସେହିପରି ଉଦ୍ଧବ ଠାକରେ, ସଞ୍ଜୟ ରାଉତ ଓ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ରାହୁଲ ଙ୍କୁ ସମର୍ଥନ କରିଛନ୍ତି।
ପୂର୍ବ ତୁଳନାରେ ଏଥର କଂଗ୍ରେସ ର ପ୍ରଦର୍ଶନ ଢେର ଭଲ ରହିଛି। ହିନ୍ଦୁ ମାନେ ଯେ କଂଗ୍ରେସ ଠାରୁ ଦୁରେଇ ଯାଇଛନ୍ତି ଏହାକୁ ଗ୍ରହଣ କରାଯିବ ନାହିଁ।
ହେଲେ ରାହୁଲ ଙ୍କ ଏହି ବୟାନ କୁ ନେଇ ବିଜେପି ଆଜି ରାସ୍ତା କୁ ଆସିଛି। କେତେକ ରାଜ୍ୟରେ ଏନେଇ ହିଂସା ଦେଖିବା କୁ ମିଳୁଛି। ହେଲେ ରାହୁଲ ଏଥିରେ ଆହୁରି ଲୋକପ୍ରିୟ ହେବା ଅନୁମାନ କରାଯାଉଛି।
ଦୀର୍ଘ ୧୦ ବର୍ଷ ସରକାର ରେ ନଥାଇ ରାହୁଲ ରାଜନୀତି ରେ ବହୁଳ ପୋଖତ ହୋଇ ପାରିଛନ୍ତି ଏହାକୁ ସ୍ୱୀକାର କରିବାକୁ ପଡିବ। ରାହୁଲ ଙ୍କ ସୁରକ୍ଷା ଢେର ଅଧିକ ହେବାର ଆବଶ୍ୟକତା ରହିଛି ସାଧାରଣ ରେ ଦାବି ହେଉଛି।
ତେବେ ୧୦ ବର୍ଷ ବିଜେପି ର ଶାସନ ରେ ହିନ୍ଦୁ ମାନେ ଯେ ସବୁକିଛି ଅଧିକାର, ସମାନତା ପାଇଛନ୍ତି ଏହା ବିଶ୍ୱାସ ଯୋଗ୍ୟ ହେଉନି।ଗରିବ ହିନ୍ଦୁ ର ଅଧିକାର କୁ ପୁଞ୍ଜିପତି ହିନ୍ଦୁ ଲୁଟ କରିବା ଆଜି ଦୃଶ୍ୟମାନ ହେଉଥିବା ବେଳେ ବିଜେପି ର ହିନ୍ଦୁତ୍ୱ ର ଅହଂକାର ଯମାରୁ ଶୋଭା ପାଉନି।

Comments
Post a Comment