ମାନବିକ ଅଧିକାର ଚୁପ କାହିଁକି???


 ଆମ ଦେଶରେ କଥା ଅଛି ମାନବିକ ଅଧିକାର ସଦସ୍ୟ ବଡ଼ ବଡ଼ ଖବର କାଗଜ ରେ ଖବର ବସିବା ପରେ ସ୍ୱତନ୍ତ୍ର ଭାବେ ମାନବିକ ଅଧିକାର ର ଉଲଂଘନ କୁ ନେଇ ସରକାର ଙ୍କୁ ନୋଟିସ ଜାରି କରନ୍ତି। ହେଲେ ଆମ ରାଜ୍ୟରେ ମାନବିକ ଅଧିକାର କର୍ମଚାରୀ ମାନେ ଏତେ ଜାଗ୍ରତ ନୁହନ୍ତି।

ଘଟଣା ରେ ଯଦିଓ ରାଜ୍ୟ ର ରାଜ୍ୟପାଳ ଦୋଷୀ ଓ ମୁଦାଲା ନୁହନ୍ତି ତେବେ ତାଙ୍କ ଆତ୍ମୀୟ ଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ମେଡ଼ିଆ ମାଧ୍ୟମରେ ଆସୁଛି। ଆମ ରାଜ୍ୟ ର ପୋଲିସ ରାଜ୍ୟପାଳ ଙ୍କ ପଦବୀ କୁ ସନମାନ ଦେଇ ଏକ ନିରୀହ କୁ ନ୍ୟାୟ ରୁ ବଂଚିତ କଲା।

ଏହା ର ଗୁରୁତ୍ୱ ଆଜିର ଗଣତନ୍ତ୍ର ରେ ସେତେ କିଛି ନାହିଁ କାରଣ ଏପରି ସବଳ ର ଅସହାୟ ଓ ନିରୀହ ଙ୍କ ଉପରେ ନୀତି ଘଟୁଛି।

କିନ୍ତୁ ଦୁଃଖ ର କଥା ଏତେ ବଡ଼ ବଡ଼ ଗଣମାଧ୍ୟ୍ୟମ ରେ ଖବର ପ୍ରସାରିତ ପରେ ମାନବିକ ଅଧିକାର ଏଯାବତ ନିରବ କାହିଁକି???

ଯଦିଓ କିଛି ବିରୋଧ ଦଳ ନେତା ଏ ବିଷୟରେ ମୁହଁ ଖୋଲିଛନ୍ତି ତେବେ ବିଧାନସଭା ର ପ୍ରକ୍ରିୟା ଏଯାବତ ଆରମ୍ଭ ହୋଇନାହିଁ।

ତେବେ ବିଧାନସଭା ଆରମ୍ଭ ହେଲେ ସେହି ବିରୋଧ ଦଳ ନେତା ମାନେ ଏହି ବିଷୟରେ ବିଧାନସଭା ଗୃହ ରେ ଆଇନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଘେରିବେ କି???

ତେବେ ଯଦି ଜଣେ ଉଚ୍ଚ ବ୍ୟକ୍ତି ଙ୍କ ଆତ୍ମୀୟ ଅନ୍ୟ ଜଣଙ୍କୁ ଜୀବନ ରେ ମାରିଦିଏ ତବେ ଏହା କଣ ମାନବିକ ଅଧିକାର ର ଉଲଘଂନ ହେବନି!

Comments