ବହୁ ଆଡମ୍ବର ରେ ଲଘୁ କ୍ରିୟା.....


 ଆଜିର ମହାପ୍ରଭୁ ଙ୍କ ରତ୍ନ ଭଣ୍ଡାର ଖୋଲିବା ବହୁ ଆଡମ୍ବର ରେ ଲଘୁ କ୍ରିୟା ପରି ମନେହେଲା। ହେଲେ ମହାପ୍ରଭୁ ତାଙ୍କୁ ନେଇ ରାଜନୀତି କରିବାକୁ ପସନ୍ଦ କଲେ ନାହିଁ।

ଆଜି ଭଳି ଯାତ୍ରା ସମୟରେ ଜନସାଧାରଣ ଙ୍କ ସମାବେଶ କୁ ଆଖିରେ ରଖି ବିଜେପି ସରକାର ଜଗନ୍ନାଥ ଙ୍କ ରତ୍ନ ଭଣ୍ଡାର ଖୋଲିବା କୁ ଗଣମାଧ୍ୟମ ମାନଙ୍କ କ୍ରିକେଟ ମ୍ୟାଚ ର ଧାରାବିବରଣୀ ଭଳି ଯେଉଁ ପ୍ରଚାର ପ୍ରସାର କରାଗଲା ତାହା ଅନ୍ୟ କିଛି ଦର୍ଶାଉଛି।

ତେବେ ଆଜିର ସରକାର ଙ୍କ ଗଠିତ ଟିମ ସେପରି କିଛି ନୂଆ କରି ଦେଖାଇ ନାହିଁ। ବହୁ ଆଡମ୍ବର ରେ ଲଘୁ କ୍ରିୟା ସଦୃଶ।

ବାହାର ଭଣ୍ଡାର ରୁ ଗହଣା ନେଇ ଚାଙ୍ଗଡ଼ା ମେକାପ ଙ୍କ କୋଠରୀ ରେ ଖାଲି ରଖିଲେ। ଉକ୍ତ ଗହଣା ତ ପୂର୍ବରୁ ସରକାର ସୁରକ୍ଷିତ ରଖିଛନ୍ତି ଓ ତାର ହିସାବ ତ ଶ୍ରୀମନ୍ଦିର ଓ ଆର. ବି. ଆଈ ରଖିଛି।

ପୂର୍ବ ସରକାର ଯେତିକି ବାଟ ଯାଇଥିଲେ ସାଧାରଣ ଦିନ ରେ ଆଜିର ଯାତ୍ରା ଦିନ ରେ ବି ଆଜିର ସରକାର ସେତିକି ବାଟ ଗଲେ।

ତେବେ ଏହି ଯାତ୍ରା ସମୟରେ ରତ୍ନ ଭଣ୍ଡାର ଖୋଲି ଜନଗହଳି ରେ ମହାପ୍ରଭୁ ଙ୍କୁ ନେଇ ରାଜନୀତି କରିବାକୁ ମହାପ୍ରଭୁ ପସନ୍ଦ କଲେ ନାହିଁ। ମହାପ୍ରଭୁ ସିଂହାସନ ରେ ବସିବା ପରେ ହୁଏତ ସରକାର ଏଥିରେ ସଫଳତା ପାଇପାରନ୍ତି। ସରକାର ଙ୍କ ଏଭଳି ତୁର ତୁର ସ୍ଵଭାଵ ହୁଏତ ମହାପ୍ରଭୁ ଙ୍କ ହିସାବ ନିକାସ ରେ କ୍ଷତି ଆଣିପାରେ।

ଯଦି ଏଭଳି ତୁର ତୁର ସରକାର ହୁଅନ୍ତି ନିଜ ଦଳ ପାଇଁ ତେବେ ହୁଏତ ମହାପ୍ରଭୁ ଙ୍କ ବାଲାନ୍ସ ସିଟ ରେ ତୃଟି ପରିଲକ୍ଷିତ ହେବା ସୁନିଶ୍ଚିତ।

ସମସ୍ତେ ପ୍ରୟାସ କରିବାକୁ ହେବ ମହାପ୍ରଭୁ ଙ୍କୁ ନେଇ ରାଜନୀତି ନହେଉ। ଲକ୍ଷେ ରଜା ର ମଉଡମଣୀ କାହାର କ୍ରୀତଦାସ ନହୁଅନ୍ତୁ। ସାଧାରଣ ଗରିବ ର ଶେଷ ସମ୍ବଳ ଭକ୍ତି କୁ ରାଜନେତା ଅପହରଣ ନକରନ୍ତୁ।


Comments