ସରକାର କାଲି ମହାପ୍ରଭୁ ଙ୍କ ରତ୍ନ ଭଣ୍ଡାର ଖୋଲିବେ ବୋଲି ଗଣମାଧ୍ୟମ ରୁ ସୂଚନା ମିଳୁଛି। ଆଡପ ବିଜେ ସମୟରେ ଘଟିଥିବା ଅଧ୍ୟାୟ ରେ ଅଣଓଡ଼ିଆ ମନ୍ଦିର ମୁଖ୍ୟ ପ୍ରଶାସକ ଙ୍କୁ ବଦଳି କରି ନୂଆ ପ୍ରଶାସକ ଙ୍କୁ ଆଣିଲେ। ଅବଶ୍ୟ ନୂତନ ଭାବେ ଆସିଥିବା ପଶ୍ଚିମ ଓଡିଶା ର ମଣିଷ ପୂର୍ବ ରୁ ଏଠାରେ ମୁଖ୍ୟ ପ୍ରଶାସକ ରହି ଅଭିଜ୍ଞ ଅଛନ୍ତି।
ଅନେକ ଗୁଜବ ସୋସିଆଲ ମେଡ଼ିଆ ରେ ଆସୁଛି। ହେତୁବାଦୀ ଓ ଅହେତୁ ବାଦୀ ଙ୍କ ଭିତରେ ଆଧ୍ୟାତ୍ମିକ ଓ ନାସ୍ତିକ ଭାବ ଯଦିଓ ସାମାଜିକ ସ୍ତରରେ ଅନେକ କଥା ବଖାଣୁଛି ତେବେ ରତ୍ନ ଭଣ୍ଡାର ଖୋଲିବ ବୋଲି ଓଡିଶା ର ବଡ଼ ବଡ଼ ଗଣମାଧ୍ୟମ ନଜର ରଖିଛନ୍ତି।
ତେବେ କାଲ ଓ ଅନ୍ଧ ର ଜଗନ୍ନାଥ ଦେଖିବା ଭଳି ଏହି କଥା ଲାଗୁଛି। ଯଦି କଥା କୁ ତର୍ଜ୍ୟମା କରିବା ଭାରତ ରେ କେହି ଏକ ବ୍ୟକ୍ତି ଏ ବିଷୟରେ ଆଖି ଦେଖା କଥା କହିବା କୁ ଜୀବିତ ନାହାନ୍ତି। କେବଳ କାନ କୁହା କଥା ଓ ମନଗଢା କାହାଣୀ ମାଳ।
ହେଲେ ପ୍ରତିଟି ଜଗନ୍ନାଥ ପ୍ରେମୀ ମଣିଷ ଏହା ପାଇଁ ସପକ୍ଷ ହେଉ ବା ବିପକ୍ଷ ସେ ଚାତକ ପରି ଚାହିଁ ରହିଛି। ପୁରୁଷ ପୁରୁଷ ର ସଞ୍ଚିତ ଧନ ଲୋକ ଲୋଚନକୁ ଆସିବ ଓ ସରକାର ଙ୍କ ଦ୍ୱାରା ସୁରକ୍ଷିତ ହେବ। ହେଲେ କେତେକ ବ୍ୟକ୍ତି ଏଥିରେ ଏକମତ ହୋଇ ପାରୁନାହାନ୍ତି।
ନୂଆ ସରକାର ଓଡିଶା ରେ ଏକାକି ପ୍ରଥମ ଥର ଆସିଲା। ପ୍ରଭୁଙ୍କର ସମ୍ପତି କାହା କାହା ପାଖରେ ରହିଛି। ସରକାର ଙ୍କ ବ୍ୟାଙ୍କ ରେ ମହାପ୍ରଭୁ ଙ୍କ କେତେ ସମ୍ପତି ଅଂଶଧନ ରେ ପରିବବର୍ତ୍ତିତ ହୋଇଛି ତାହା ବି ଜଣା ନାହିଁ।
ମହାପ୍ରଭୁ ଙ୍କ ଶ୍ରୀମନ୍ଦିର ର balance sheet ରେ କେଉଁ କେଉଁ ସମ୍ପତି ଓ equity ଦର୍ଶିତ ହେଉଛି ତାହା ବି ସାଧାରଣ ବ୍ୟକ୍ତି ଓ ଗଣମାଧ୍ୟମ ଜାଣନ୍ତି ନାହିଁ।
ହେଲେ ଆଜିର ରତ୍ନ ଭଣ୍ଡାର କମିଟି ରେ ପ୍ରଖ୍ୟାତ ଅଭିଜ୍ଞାତା ସମ୍ପର୍ଣ୍ଣ ଗଣନାଙ୍କ ଓ ସିବିଆଇ ରହିଛନ୍ତି କି ନାହିଁ ତାହା ବି ଲୋକଲୋଚନ କୁ ଆସୁନି।
ପ୍ରଶ୍ନ ହେଉଛି ସେ ଅନ୍ଧକାର କୋଠରୀ ର ଅଳଙ୍କାର ଥିବା ସିନ୍ଦୁକ ଗୁଡିକ କିପରି? ସେଥିରୁ ଅଳଙ୍କାର କିପରି ଅଣାଯିବ? ମହାପ୍ରଭୁ ଙ୍କ ଅଳଙ୍କାର ହଜିବା ଓ ଚୋରି ର ଭୟ ମଧ୍ୟ ରହୁଛି। ତେଣୁ ଅନେକ ଆଶଙ୍କା ଯଦିଓ ଉଙ୍କି ମାରୁଛି ତେବେ କାଲି ରତ୍ନ ଭଣ୍ଡାର ଖୋଲିବା ଓ ଉଜ୍ୱଳ ଆଲୋକ ବ୍ୟବସ୍ଥା ହେବ ବୋଲି ଚର୍ଚ୍ଚା ହେଉଛି।

Comments
Post a Comment