ଗୁଜୁରାଟ ମଡେଲ ଏବେ ହସ ଲାଗୁଛି.....


 ନିର୍ବାଚନ ସମୟରେ ଆମ ମାନଙ୍କୁ ବିଜେପି ନେତା ମାନେ ଗୁଜୁରାଟ ମଡେଲ ର ଉଦାହରଣ ଦେଉଥିଲେ ପରେ ପରେ ଆମେ ଦେଖିଲୁ ଗୁଜୁରାଟ ର ସଡ଼କ ରେ ପାଣି ଜମୁଛି। ଆଜି ଭାରତ ର ପ୍ରସିଦ୍ଧ ଇଂରାଜୀ ଖବର କାଗଜ ET ରେ ଦେଖିବାକୁ ପାଇଲୁ ଗୁଜୁରାଟ ରେ ବେକାର ଯୁବକ ଙ୍କ ଅବସ୍ଥା।

ଏକ ଘରୋଇ ସଂସ୍ଥା ରେ ୪୦ ଟି ପଦବୀ ପାଇଁ walk in interview ଗୁଜୁରାଟ ର bharuch ଜିଲ୍ଲା ର ଅଙ୍କଲଏସ ଠାରେ ହେଉଥିଲା ଯେଉଁ ଥିରେ ୮୦୦ ବେକାର ଏପରି ଯୁଟିଥିଲେ ଯହିଁରେ ଦଳା ଚକଟା ରେ ମାରିବା ସମ୍ଭାବନା ବି ଦେଖାଯାଇଥିଲା। ଏହା ମନ ଗଢ଼ା କାହାଣୀ ନୁହେଁ ଗୁଜୁରାଟ ଭଳି ରାଜ୍ୟ ଯେଉଁଠାରେ ବିଜେପି ର ସରକାର ରହିଛି ସେଠାର ଦୃଶ୍ୟ।

ଏହାକୁ ଦେଖି ଆମେ ଜାଣିପାରୁଛୁ ଓଡିଶା ରେ ବେକାର ମାନେ କିପରି ତାଙ୍କ ଅଧିକାର ପାଇବେ?

ପରିବା ର ମୂଲ୍ୟ ବୃଦ୍ଧି କଥା ନ ପଚାରିବା ଭଲ। ବେକାର ଯୁବକ ଏ ସବୁ ଦେଖି ନିଜ ର ଭବିଷ୍ୟତ କୁ ନିଜେ ଜାଣିପାରିବେ।

ତେବେ ଆଜି ନେତା ତଥା କୁଜି ନେତା ଙ୍କୁ ବିଶେଷ ଅନୁରୋଧ ଯେ, ବେକାର ଟିକୁ ଯମାରୁ ମିଛ କୁହନ୍ତୁ ନାହିଁ। ଡିଜିଟାଲ ଦୁନିଆରେ ସେ ଆପଣଙ୍କ ଠାରୁ ବେଶୀ ଚାଲାକ।

Comments