ରତ୍ନ ଭଣ୍ଡାର ଖୋଲିବା ପାଇଁ ସରକାର ଜଲଦି ରେ କାହିଁକି.....


 ସରକାର ୧୪ ତାରିଖ ରେ ରତ୍ନ ଭଣ୍ଡାର ଖୋଲିବେ ବୋଲି ଆଜି ସ୍ପଷ୍ଟ ଘୋଷଣା କରୁଛନ୍ତି। ତେବେ ଶ୍ରୀମନ୍ଦିର କମିଟି ସୁପାରିଶ ଏକ ଜରୁରୀ ବିଷୟ.। ପୂର୍ଵ ସରକାର ଙ୍କ ସମୟରେ ମନୋନୀତ ସଦସ୍ୟ ଓ ସଦସ୍ୟତା ରେ ସ୍ୱାଭାବିକ ପରିବର୍ତ୍ତନ ହେବ। ହେଲେ ବିଜେପି ସରକାର ଙ୍କ ମନୋନୀତ ସଦସ୍ୟ ଙ୍କ ବିଷୟରେ ଏଯାବତ ଗଣମାଧ୍ୟମ କିଛି ସୂଚିତ କରୁନାହିଁ।

ସେହିପରି ରାଜ୍ୟରେ ସରକାର ଙ୍କ ଓକିଲ, ଲ ବୋର୍ଡ଼, କମ୍ପାନୀ public procecutor, ଓ psu proxy ଙ୍କ ସହ ବ୍ୟାଙ୍କ ଓକିଲ ଓ ଟିକସ ଓକିଲ ନିଯୁକ୍ତି ହୋଇ ନଥିବା ର ସୂଚନା ମିଳୁଛି । ତେବେ ଯାନୀ ଯାତ୍ରା ସମୟରେ ଏପରି ପଦକ୍ଷେପ ସରକାର ଙ୍କ ତୁର ତୁର ସ୍ଵଭାଵ ର ସୂଚନା ଦେଉଛି।

ଏହା ଏକ ସାଧାରଣ ବିଷୟ ନୁହେଁ। ପରିପକ୍ଵତା ର ଅଭାବ ସରକାର ଙ୍କୁ ବହୁ ଆଦୁଵିଧା ରେ ପକାଇ ପାରେ। ବାହୁଡା଼, ନୀଳାଦ୍ରି ବିଜେ, ସିଂହାସନ ବିଜେ, ବନକ ଲାଗି, ସୁନାବେଶ ଏସବୁ ଥିବା ସ୍ଥଳେ ଏତେ ତର ତର ଭାବେ ସରକାର ଏହି ସମ୍ବେଦନଶୀଳ ବିଷୟରେ ନିଷ୍ପତି କୁ ଲୋକେ ପସନ୍ଦ କରୁନାହାନ୍ତି।

ସରକାର ତ ୫ବର୍ଷ ପାଇଁ ଅଛି। ହେଲେ manifesto କୁ ପୁରଣ କରିବା ପାଇଁ ସରକାର ଙ୍କ ବ୍ୟଗ୍ରତା ଏତେ ଅଧିକ କାହିଁକି?

ତେବେ ସରକାର ଙ୍କୁ ଯେଉଁ କମିଟି ସୁପାରିଶ କରୁଛି ତାହା ଲିଖିତ ଓ କମିଟି ସଦସ୍ୟ ଙ୍କ ହସ୍ତାକ୍ଷର ସମ୍ବଳିତ ହେବା ଆବଶ୍ୟକ ଅଟେ।

ପୂର୍ବ ସରକାର ଓ କଂଗ୍ରେସ ସରକାର ଙ୍କ ସଦସ୍ୟ ମାନଙ୍କ ଏନେଇ ସମର୍ଥନ ରହିଛି କି ନାହିଁ ଓ ଛତିସା ନିଯୋଗ ର ସମର୍ଥନ ଲିଖିତ ରହିଛି କି ନାହିଁ ଗଣମାଧ୍ୟମ କୁ ଆସିବା ଦରକାର।

ଲୋକେ କୁହନ୍ତି ସବୁ ହେଉ ହେଲେ ମହାପ୍ରଭୁ ଙ୍କ ସମ୍ପତି ସୁରକ୍ଷିତ ରହୁ। ଉକ୍ତ ଟ୍ରଷ୍ଟ ରେ ପ୍ରତିଟି ହିନ୍ଦୁ ଅଂଶଧନ ସୁରକ୍ଷିତ ରହିବା ସହ ମହାପ୍ରଭୁ ଙ୍କ ସମ୍ପତି ପୁଞ୍ଜିପତି ଙ୍କ ହାତକୁ ନଯାଉ....


Comments