ମହାପ୍ରଭୁ ନବୀନ ଙ୍କୁ ବହୁତ ଭଲ ପାଆନ୍ତି...


 ଗତ କାଲି ଏକ ବଡ଼ ଅଘଟଣ ବିଜେପି ସରକାର ସମୟରେ ଘଟିଲା। ମହାବାହୁ ଚାର ରୁ ପଡିଲେ। ଧର୍ମ ନାମରେ ରାଜନୀତି ଓ ହିନ୍ଦୁତ୍ୱ ନାମରେ ରାଜନୀତି କରୁଥିବା ଦଳ ର ସରକାର କରିବା ପ୍ରାରମ୍ଭ ରୁ ଦାଣ୍ଡ ଦୁଆରେ ଚାଳ ବାଜିବା ସଦୃଶ..

ବହୁ ମତ ଆସୁଛି। ସାରା ଦେଶ ଏପରିକି ଆମେରିକା ରେ ବି ଲୋକେ ଏହାକୁ ଖୁବ ଅପସନ୍ଦ କଲେ। ହେଲେ କେହି କେହି କହୁଛନ୍ତି ଦଇବ ଦଉଡି ଯେଣିକି ଟାଣେ ଶେଣିକି ଯାଇ।

ହେଲେ ବାସ୍ତବ ବ୍ୟାଖ୍ୟା କଲା ଦୀର୍ଘ ୨୪ ବର୍ଷ ନବୀନ ଶାସନ କାଳ ରେ ୨୪ ଥର ରଥଯାତ୍ରା ହେଇଛି ହେଲେ ଏପରି କେବେ ଘଟିନାହିଁ।

ଏଥିରୁ ଜଣା ପଡୁଛି ମହାପ୍ରଭୁ ନବୀନ ଙ୍କୁ ବହୁତ ଭଲ ପାଉଥିଲେ। ତାଙ୍କ ସମୟରେ ମହାପ୍ରଭୁ ଙ୍କ କ୍ଷେତ୍ର ରେ ଏପରି ଅଘଟଣ ଘଟିନଥିଲା। ତେଣୁ ସାଧାରଣ ରେ ଧର୍ମ ଓ ଅଧର୍ମ ର ସଂଜ୍ଞା ନିରୂପଣ ଲୋକେ କରିବା ଆରମ୍ଭ କଲେଣି।

ପୁଣି କେହି କେହି ପ୍ରଭୁ ଙ୍କ ରତ୍ନ ଉପରେ ନଜର ପକାଇଥିବା ରୁ ମହାପ୍ରଭୁ ବଳିଆ ର ଭୁଜ ଏହି ସଂକେତ ଦେଲେ ବୋଲି ମଧ୍ୟ କହିବା କୁ ଲାଗିଲେଣି।

ହେଲେ ଶାସନ କରୁଥିବା ରଜା ର ନିଷ୍ଠା, ଆତ୍ମ ସମର୍ପଣ ଭାବ ସହ ଭକ୍ତି ଓ ଗରିବ ପ୍ରତି ଶ୍ରଦ୍ଧା ସେ ରଜା ର ଶାସନ ରେ ଲୋକଙ୍କୁ ଖୁସି ଦେବା ସହ ଇଶ୍ୱର ଙ୍କୁ ଖୁସି ଦେଇଥାଏ।ଯାହାକି ନବୀନ ଙ୍କ ସମୟ ରେ ପ୍ରମାଣିତ ହେଲା।

ତେବେ ନବୀନ ମହାପ୍ରଭୁ ଙ୍କ ପ୍ରିୟ ଏହି ଘଟଣା ରୁ ପ୍ରମାଣିତ ହେଲା। ଯାହା ଆଜି କୋଟି ଜନତା ଙ୍କ ମୁହଁ ରୁ ଶୁଣାଯାଉଛି।




Comments