ବୈକୁଣ୍ଠ ଙ୍କ ଘଟଣା ର ପୁରୀ ଜିଲ୍ଲାପାଳ ତଦନ୍ତ କରିବେ....


 ବିରୋଧୀ ଦଳ ର ଚାପ ରେ ଦୀର୍ଘ ଦିନ ପରେ ବୈକୁଣ୍ଠ ଙ୍କ ଅଭିଯୋଗ କୁ ପ୍ରତ୍ୟକ୍ଷ ନହେଲେ ବି ପରୋକ୍ଷ ରେ ସରକାର ଗ୍ରହଣ କଲେ ଓ ପୁରୀ ଜିଲ୍ଲାପାଳ ଙ୍କୁ ତଦନ୍ତ କରି ୧୫ ଦିନ ରେ ରପୋର୍ଟ ଦେବାକୁ ନିର୍ଦେଶ ଜାରି କରି ଗଣମାଧ୍ୟମ କୁ ଆଇନ ମନ୍ତ୍ରୀ ସୂଚନା ଦେଲେ।

ବିଜେପି ସରକାର ରେ ଏଭଳି ଘଟଣା ନୂଆ ନୁହେଁ। ଉତ୍ତର ପ୍ରଦେଶ ର ଲଷ୍ମୀ ପୁର ଖେରି ରେ କେନ୍ଦ୍ର ମନ୍ତ୍ରୀ ଙ୍କ ପୁଅ କୃଷକ ଆନ୍ଦୋଳନ ରେ କୃଷକ ଙ୍କ ଉପରେ କାର ଚଢାଇ ଥିବା ଘଟଣା ଏବେବି ଦେଶବାସୀ ଭୁଲି ନାହାନ୍ତି।

ହେଲେ ଯାହା ହେଉ ଗଣମାଧ୍ୟମ ବୈକୁଣ୍ଠ ଙ୍କ ପାଇଁ ପଦେ କହିବା ପରେ ବିରୋଧୀ କହିଲେ, ଆମ ପୋଲିସ ତ FIR ରଖିଲେ ନାହିଁ।

ତଦନ୍ତ ହେବ ସେ ପୁଣି ଜଣେ ଜିଲ୍ଲାପାଳ ଙ୍କ ମାଧ୍ୟମରେ ଯେକି ଜଣେ ବେତନ ଭୋଗୀ ସରକାରୀ ଅଫିସର। ପୁଣି ଏତେ ବଡ଼ ପଦବୀ ର appearance ବିପକ୍ଷ ରେ। ପ୍ରମାଣ ମିଳିବ ତ! ଯଦି ପ୍ରଣାମ ନଷ୍ଟ କରାଯାଇଥିବ ତେବେ ତଦନ୍ତ ଅଫିସର presumption କୁ ଗ୍ରହଣ କରି ଦୋଷୀ ପାଖ କୁ ଯିବେ କି?

ସାଧାରଣ ଘଟଣା ଏକ ଗାଡି ର କଥା କୁ ନେଇ ପଦ ପଦବୀ ର ଅହଂକାର ରେ ଯଦି ଏଭଳି କଥା କରାଯାଏ ତେବେ ଏହା ଏକ ନିନ୍ଦନୀୟ ବିଷୟ।

ହେଲେ ଯାହା ହେଉ ସରକାର ବିରୋଧୀ ଙ୍କ ଆଗରେ ମୁଣ୍ଡ ନୁଆଁଇଲେ ଓ ତଦନ୍ତ ଆଦେଶ ଦେଲେ...

ପ୍ରଶ୍ନ ହେଉଛି ଅରୁଷି ହତ୍ୟା କାଣ୍ଡ ରେ କେହି ବି ପ୍ରତ୍ୟକ୍ଷ ଦେଖେଣା ହାରି ନଥିଲେ ହେଲେ ନ୍ୟାୟ presumption କୁ ନେଇ ସେ କ୍ଷେତ୍ରରେ ଦଣ୍ଡିତ କରିଥିଲେ। ତେବେ ଏଠାରେ presumption କୁ ଗୁରୁତ୍ୱ ଦେଇ ବୈକୁଣ୍ଠ ଙ୍କୁ ନ୍ୟାୟ ଦିଆଯିବ କି???

Comments