ଆଜି ବହୁ ପୁରାତନ ତିନୋଟି ଆଇନ ର ନୂଆ ନାମ କରଣ ହେଲା। ସି ଆର ପିସି, ଆଈ ପି ସି ଓ ଇଣ୍ଡିଆନ ଏଭିଡେଂସ ର ନାମ ଓ କିଛି ଆଇନ ପରିବର୍ତ୍ତନ ହେଲା ଓ ଆଜି ଠାରୁ ନୂଆ ଆଇନ ପ୍ରଚଳିତ ହେଲା। ଦୂରଦର୍ଶନ ରେ ଏହାର ପ୍ରଚାର ବି ହେଲା।
ହେଲେ ଯେଉଁ ମାନେ ଏହାକୁ ଜନତା ଙ୍କ ପାଇଁ ବ୍ୟବହାର କରିବେ ସେମାନେ ବି ବିଶଦ ଭାବେ ଏହା ବିଷୟ ରେ ଅଭିଜ୍ଞ ନୁହନ୍ତି। ତେବେ ପ୍ରତିଟି ଓକିଲ ଏହି ତିନୋଟି ବହି କିଣିବେ, ସେହିପରି ଭାବରେ ସମ୍ବାଦିକ, ପୋଲିସ, ମୋହରିର ମଧ୍ୟ ଏହାକୁ ନିଜ ପେଷା ପାଇଁ କିଣିବେ। ତେବେ ପ୍ରତିଟି ଓକିଲ ଙ୍କ ପାଇଁ ଏହା ଏକ ଖର୍ଚ୍ଚ ଆସି ପହଁଚିଲା। ଖାଲି କିଣିଲେ ତ ହେବନି ତାକୁ ସମୟ ଦେଇ ପଢିବା ଓ କଣ ପୂର୍ଵ ତୁଳନା ରେ ବଦଳିଲା ସେ ବିଷୟରେ ବି ପୁଙ୍ଖା ନୁ ପୁଙ୍ଖ ତର୍ଜ୍ୟମା କରିବା ଏକ ବଡ଼ ସମସ୍ୟା ର ବ୍ୟାପାର ହୋଇ ଠିଆ ହେଲା।
ପ୍ରଶ୍ନ ଉଠୁଛି କିପରି କ୍ଷିପ୍ର ବେଗ ରେ ସାଧାରଣ ଜନତା ନ୍ୟାୟ ପାଇବେ। ପୂର୍ବରୁ ଭାରତ ର ନ୍ୟାୟଧୀଶ ମାନେ କାଯ୍ୟ ର ଚାପ ଅଧିକ ରହୁଛି ବୋଲି କହିଆସୁଥିବା ସ୍ଥଳେ ଏହା ଦ୍ୱାରା କିପରି ଚାପ କମିବ ତାହା ଜାଣି ହେଉନି।
ଛାଡ଼ନ୍ତୁ ସେ ସବୁ କୁ। ହେଲେ, ଓକିଲ ମାନଙ୍କ ପାଇଁ ସୁପ୍ରିମ କୋର୍ଟ ଡିସିସନ ଏକ ମୁଖ୍ୟ ବିଷୟ। ଯାହା ପ୍ରତିଟି ଓକିଲ ଙ୍କ କେସ ଡିଫେନ୍ସ ସମୟ ରେ ନିହାତି ଜରୁରୀ। ତେବେ ଏଯାବତ ସେ ସମ୍ବନ୍ଧରେ କୌଣସି ଗଣମାଧ୍ୟମ ଆଲୋଚନା, ପର୍ଯ୍ୟାଲୋଚନା କରୁନାହାନ୍ତି। ଜଣେ ନିର୍ଦୋଷ କୁ ସଜା ରୁ ବଞ୍ଚାଇବା ପାଇଁ ସୁପ୍ରିମ କୋର୍ଟ ର ପୂର୍ଵ ଜଜମେଣ୍ଟ କୁ ସଭାପତି ଙ୍କ ଆଗରେ ପ୍ରଦର୍ଶନ କରିବେ। ତେବେ ସଭାପତି ଏପରି ସ୍ଥଳେ କି ଆଭିମୁଖ୍ୟ ଆପଣଇବେ।
ଏସବୁ ନେଇ ଆଜି ପ୍ରତିଟି ଓକିଲ ଏବେ ହରଡ଼ ଘଣା ରେ। ହଜାର ହଜାର ସଂଖ୍ୟା ରେ ଓକିଲ ମାନଙ୍କୁ ଏ ସବୁ ବୁଝାଇବ କିଏ?
ଦେଶ ର ବିତୀୟ ନିଅଣ୍ଟ ସମୟରେ ଏହା ସରକାର ଙ୍କ ଉପରେ ଆର୍ଥିକ ବୋଝ ଲଦିବ ବୋଲି କେହି କେହି ବଡ଼ ଓକିଲ କହୁଥିବା ବେଳେ ଗଣମାଧ୍ୟମ ର ବୁଦ୍ଧିଜୀବି କହୁଛନ୍ତି ଏଯାବତ ଆମେ miscellaneous over head ଓ legal exp overhead ବିଷୟ ରେ ତଥ୍ୟ ଦେବାକୁ ଅସମର୍ଥ।
ସବୁ ଭଲ ବିରୋଧ କରିବା ର ଲେଖା ଏହା ନୁହେଁ। କିନ୍ତ ଏହା ବାସ୍ତବତା । ଯେଉଁ ନୂଆ ଯୁବ ପିଢୀ ଓକିଲାତି ପେସା କରି ଦିନକୁ ସର୍ବ ନିମ୍ନ ମଜୁରୀ ଆୟ କରିପାରୁନାହାନ୍ତି ସେମାନଙ୍କ କଥା ସରକାର ଥରେ ଭାବିବେ ତ!
ତେବେ ପ୍ରତିଟି ଓକିଲ ଆଜି ଚିନ୍ତା ରେ....
ଆସନ୍ତୁ ଆଜିର ବିତର୍କ ରେ ସାମିଲ ହେବା....

Comments
Post a Comment