48000 କୋଟି ମାଗିଲେ ଦୁଇ ସହଯୋଗୀ....

 


ନିର୍ମଳା ପ୍ରସ୍ତୁତ ହେଉଛନ୍ତି ବଜେଟ ପାଇଁ। ହେଲେ ବଜେଟ ପୂର୍ବରୁ ଯେ ଡ଼ି ୟୁ ଓ ଟି ଡ଼ି ପି ଉଭୟ ୪୮୦୦୦ କୋଟି ର ବ୍ୟୟ ବରାଦ କଲେଣି। କେବଳ ଆନ୍ଧ୍ର ର ଟି. ଡ଼ି. ପି ୧ଲକ୍ଷ କୋଟି ବିଜେପି ପାଖରେ ନିଜ ର ଦାବି ରଖିଲେଣି। ଅବଶ୍ୟ ଓଡିଶା କୁ ଏହା ଠାରୁ ଅଧିକ ପୁଞ୍ଜି ବିଜେପି ଦେଇଥିବା ଯୁକ୍ତି ପୂର୍ଵ ରୁ କରୁଛି ।

ହେଲେ ବିଜେପି କହୁଛି ଭିତିଭୂମି ପାଇଁ ଏଥର ବହୁ ଋଣ କରିବାକୁ ପଡିବ। ପୁଣି ବିଜେପି ଯୁକ୍ତି ବାଢୁଛି ଏହା କେବଳ ବିଜେପି ର ସରକାର ନୁହେଁ। ଏଥିରେ ସମସ୍ତେ ଋଣରେ ଭାଗିଦାରୀ ହେବେ।

ତେବେ ରାଜ୍ୟ ମାନେ ଯେଉଁମାନେ ବିଜେପି ସରକାର ରେ ସହଯୋଗୀ ଦଳ ଭାବରେ ଅଛନ୍ତି ସେମାନଙ୍କୁ ବିଜେପି କେତେ ଦୂର ଅର୍ଥନୈତିକ ସ୍ୱାଧୀନତା ଦେବ?

ତେବେ ଖବର ଶୁଣାଯାଉଛି ଏନେଇ ମତଭେଦ ହୋଇପାରେ। ପୁଣି ଆନ୍ଧ୍ର ଓ ତେଲେଙ୍ଗାନା ର ବ୍ୟବସାୟିକ ସମ୍ପର୍କ ଆଉ ଏକ ମତଭେଦ ହୋଇପାରେ ବୋଲି ରାଜନୈତିକ ବିଶାରଦ ମାନେ କହିବାକୁ ଆଗେଇଲେଣି।

ତେବେ ଏଯାବତ ବଜେଟ ହୋଇନି। ଦେଖାଯିବ ବଜେଟ ରେ ନିର୍ମଳା କିପରି ସବୁକୁ ସମ୍ପାଦିତ କରୁଛନ୍ତି। ହେଲେ ବିତୀୟ ସଙ୍କଟ ଆହୁରି ବଢିବ ବୋଲି ଅର୍ଥନୀତି ର ପୁରୁଖା ମାନେ ଭବିଷ୍ୟ ବାଣୀ କଲେଣି। ଦେଶରେ ଏଯାବତ ତିନୋଟି ନୂଆ ଆଇନ ବହି ଓ ଅଭିଧାନ ନ ଆସିବା ଓ ଓକିଲ ମାନେ ବିଚାରପତି ଙ୍କ ଆଗକୁ ଯାଇ ନପାରୁଥିବା ର କାରଣ ରୁ ଅନୁମେୟ ହେଉଛି ସରକାର ବିତୀୟ ସଙ୍କଟ କୁ ଭୟ କରୁଛନ୍ତି।

ତେବେ ଅପେକ୍ଷା କରିବା ବଜେଟ ସମୟ କୁ....

Comments