ବବି ଙ୍କ କ୍ୱାଟର ଭଙ୍ଗା ଗପ।

 


ସରକାର ବଦଳିବା ପରେ ସମସ୍ତ ଚାରି ସ୍ତମ୍ଭ ବଦଳିଯାଏ। ଅମଲା ଠାରୁ ଆରମ୍ଭ କରି ଗଣମାଧ୍ୟମ ମଧ୍ୟ। ତଥାପି କେହି କେହି ତୁମ ଆମ ପାଇଁ ନିରପେକ୍ଷ ର ଗପ ଶୁଣାନ୍ତି.।

ଆମେ ଶୁଣିବା ଲୋକ ଶୁଣିବାକୁ କାହିଁକି କୁଣ୍ଠାବୋଧ କରିବା। ଆଜି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଗଣମାଧ୍ୟ୍ୟମ ର ଜୋରଦାର ଚିତ୍କାର ବବି ଙ୍କ ବଙ୍ଗଳା ଭଙ୍ଗା ଶୁଣି ମୁଁ ନିଜକୁ ବାରମ୍ବାର ପଚରିଲି ସରକାରୀ ବଙ୍ଗଳା କିପରି ବବି ଙ୍କ ହେଲା? କାହିଁକି ଏ ଗଣମାଧ୍ୟମ ଏତେ ବବି ଙ୍କ ବଙ୍ଗଳା ବୋଲି ଚିତ୍କାର କରୁଛି? କାହିଁକି ସାଢେ ଚାରି କୋଟି ଜନତା ଙ୍କ ବଙ୍ଗଳା ବୋଲି କହୁନି? ଉତ୍ତର ପାଇବା କୁ ୟାକୁ ତାକୁ ପଚାରିଲି କେହି କେହି କହିଲେ କିଛି ଗଣ ମାଧ୍ୟମ ଆଜି ଭରି ଖୁସିରେ ବାଇଟ ନେଉଛନ୍ତି କାରଣ ସରକାର ବଦଳି ଯାଇଛି?

ପୁଣି ମତେ କେହି କେହି କହିଲେ କେମିତି ସରକାର ଙ୍କ ଗୁଇନ୍ଦା ଏ ବିଷୟରେ ଅବଗତ ନଥିଲା।

ଓଡିଶା ରେ ବିଜେଡି ଶାସନ ସମୟରେ ତ କେନ୍ଦ୍ରରେ ବିଜେପି ଶାସନରେ ଥିଲା। ରାଜ୍ୟ ସରକାର ଙ୍କ ବିନିର୍ବେଶ ତଥ୍ୟ ତ କେନ୍ଦ୍ର ସରକାର ଜାଣେ ପୁଣି କେନ୍ଦ୍ର ଗୁଇନ୍ଦା କିପରି ଏ ବିଷୟରେ ଅବଗତ ନଥିଲା?

ତେବେ ଭିଡ଼ିଓ ଚିତ୍ର ରୁ ଦେଖିଲି ଯେଉଁ ସବୁ ତୋଳା ଯାଇଥିଲା ତାହାକୁ ଭାଙ୍ଗି ନେଇ ଯାଉଛନ୍ତି। ତେବେ ଏ ସବୁ ର ହିସାବ ତ ସରକାର ଆଗରୁ ନେଣ ଦେନ କରି SGST ଓ CGST ର ହିସାବ କିତାବ କରିସାରିଛନ୍ତି। ତେବେ ସେସବୁ କୁ ପୁଣି ନେଇ ଯାଉଛନ୍ତି କିପରି?

ତେବେ ଗଣମାଧ୍ୟମ ର କ୍ୟାମେରା ଏ ଦେଶ ର ସମ୍ପତି ସୁରକ୍ଷା କରୁଥିବା ବ୍ୟକ୍ତି ବିଶେଷ ଙ୍କୁ କ୍ୟାମେରା ଆଗକୁ ନ ଆଣି ଆମକୁ ଗପ ଶୁଣେଇବା କୁ କାହିଁକି ମତୁଆଲା ହେଉଛି? ଏ ଦେଶ ର କେହି ବି ତାହାକୁ ବବି ଙ୍କ ସମ୍ପତି ବୋଲି ସ୍ୱୀକାର କରୁନାହାନ୍ତି।

ଯଦି ବବି ଙ୍କ ସେ ସମ୍ପତି ନୁହେଁ ଏବଂ ବବି ତହିଁରେ ନିଜ ପଇସା ଖର୍ଚ୍ଚ କରିନାହାନ୍ତି ତେବେ ସେ ସମ୍ପତି କୁ ଭାଙ୍ଗି ସରକାର ନେଉଛନ୍ତି କୁଆଡେ? ଏ ବିଷୟ ରେ ଏଯାବତ କେହିବି ଗଣମାଧ୍ୟମ ପ୍ରଣାମ ସହ ପ୍ରଚାର କରୁନି।

ଯଦିଓ ଜଣେ ବିଳାସ ବେସନ ର କୋଣାର୍କ ତୋଳିଥିଲେ ତେବେ ତାହାକୁ ଭାଙ୍ଗିଲେ କଣ ଏ ଜନସାଧାରଣ ଙ୍କ ପଇସା ମିଳିଗଲା??? ଯେଉଁ ଗରିବଙ୍କ ପେଟ ର ଭୋକ ରୁ ଏସବୁ ହୋଇଥିଲା ସେମାନେ କଣ ପାଇଲେ? ବବି ଦାସ ତ ଜଣେ ସାଧାରଣ ଗରିବ ନୁହନ୍ତି। ଏଥିରେ ତାଙ୍କର କଣ କ୍ଷତି ହେଲା। ତାହାକୁ ଭାଙ୍ଗି ସରକାର ଙ୍କ କଣ ଲାଭ ହେଲା ଓ ଗରିବ ର କଣ ଲାଭ ହେଲା।


Comments