ସଂଖ୍ୟାଲଘୁ ଙ୍କ ପାଇଁ ଆମେରିକା ପଦେ କହିଲା।


 ଭାରତ ର ଧାର୍ମିକ ସ୍ୱାଧୀନତା, ଧର୍ମ ପରିବର୍ତନ, ଘୃଣା ଭାଷଣ ନେଇ ଆମେରିକା ର ବିଦେଶ ମନ୍ତ୍ରୀ Antoni Bliken ଭାରତ ର ସଂଖ୍ୟା ଲଘୁ ଙ୍କ ପାଇଁ ପଦେ କହିଲେ ସେ କେବଳ ଭାରତ ନୁହେଁ ବରଂ କିଛି ଇଉରୋପିୟ ଦେଶ କୁ ମଧ୍ୟ ନିଜ ସମାଲୋଚନା ଭିତରକୁ ଆଣିଛନ୍ତି।

ହେଲେ ପାଲଟା ଜବାବ ରେ ଭାରତ କହିଲା ଏ ସବୁ ଭୋଟ ବ୍ୟାଙ୍କ ର ରାଜନୀତି।

ପ୍ରକାଶ ଥାଉକି ଭାରତ ର ସଂଖ୍ୟା ଲଘୁ ସମ୍ପ୍ରଦାୟ ର ସଙ୍ଘ ମଧ୍ୟ ନିର୍ବାଚନ ପୂର୍ବରୁ ଏକ ଇଂରାଜୀ ବଡ଼ ଖବରକାଗଜ କୁ ଏସବୁ ନେଇ ସୂଚିତ କରିଥିଲେ।

ଆଜି ଆମେ ନିଜକୁ ହିନ୍ଦୁ ବୋଲି ଗର୍ବ କରୁଛେ। କରିବା ବି ଖୁବ ଭଲ। ହେଲେ ଆମ ହିନ୍ଦୁ ଙ୍କ ମଧ୍ୟରେ ୭୦ ଶତକଡା ଗରିବ। ସେମାନେ ସର୍ବଦା ସରକାର ଓ ଧନୀ ମାନଙ୍କ ଉପରେ ନିର୍ଭରଶୀଳ। ଆଜିର ସାମାଜିକ ବ୍ୟବସ୍ଥା ରେ ଗୋଟିଏ ହିନ୍ଦୁ ଅନ୍ୟ ହିନ୍ଦୁ କୁ ଶୋଷଣ କରିବାକୁ ପଛାଉ ନାହିଁ।

ଏପରିକି ଆମ ଦେଶ ର ବହୁ ଏନ. ଜି. ଓ କୁ ଆମେରିକା ର ପ୍ରଭାବ ଶାଳୀ ଦାତା ଦାନ କରିଥାନ୍ତି। ସେହି ଦାତା ମାନଙ୍କୁ ଆମ ଦେଶ ରେ ଏନ. ଜି. ଓ କରିଥିବା ବ୍ୟକ୍ତି ମାନେ ଆମ ଦେଶ ର ଗରିବ ମାନଙ୍କ ନିତିଦିନ ର କାହାଣୀ କୁ ଭିଡିଓ ମାଧ୍ୟମ ରେ ଦେଖାଇଥାନ୍ତି।

ବିଶ୍ୱ ମାନଚିତ୍ର ରେ ହିନ୍ଦୁ ଦେଶ ବହୁତ କମ କିନ୍ତୁ ଖ୍ରୀଷ୍ଟିଆନ ଓ ମୁସଲମାନ ଧର୍ମ ର ଦେଶ ବହୁ ଅଧିକ। ସେମାନଙ୍କ ଋଣ, ସେମାନଙ୍କ ଜ୍ଞାନ କୌଶଳ ଓ ଦାନ ଭାରତ ସରକାର ଙ୍କ ପାଇଁ ଏକ ଅନୁକମ୍ପା।

ହିନ୍ଦୁରାଷ୍ଟ୍ର କୁ ଚୂଡାନ୍ତ ରୂପ ଦେବା ପୂର୍ବରୁ ଭାରତ ସରକାର ଏସବୁ କୁ ତ୍ୟାଗ କରିବା ଉଚିତ। କିନ୍ତୁ ଭାରତ ର ବହୁ ଖବର କାଗଜ ଓ ଗୁଗୁଲ ର ତଥ୍ୟ ଅନୁଯାଇ ଭାରତ ର ବହୁ ହିନ୍ଦୁ ଅନୁଷ୍ଠାନ ଏହି ବିଦେଶୀ ଚାନ୍ଦା ଆଣିବା ରେ ଆଜି ନମ୍ବର ୧। ଯଦି ଅଣ ହିନ୍ଦୁ ମାନଙ୍କ ଗୋଷ୍ଠୀ ରୁ ଦାନ ଆଣି ସେମାନଙ୍କୁ ଉପେକ୍ଷିତ କରାଯାଏ ତେବେ ଏହା କେତେ ଦୂର ଗ୍ରହଣୀୟ ତାହା ବିତର୍କ ହେବା ର ଆବଶ୍ୟକ ମୁଁ ଭାବେ।

ଭାରତ ରେ ଗରିବି ଏକ ଭୟଙ୍କର ବ୍ୟାଧି। ଗରିବ ବଂଚିବା ର ଲୋଭ ରେ କିଛିବି କରିପାରେ। ଯାହା ଆଜି ସାମାଜିକ ବ୍ୟବସ୍ଥା ରେ ଦୃଶ୍ୟମାନ ହେଉଛି।

ଭାରତ ରେ ହିନ୍ଦୁ ମାନଙ୍କ ଭିତରେ ସମାନତା କୌଣସି ସରକାର ଆଣି ପାରିବେ ଏ ପ୍ରଶ୍ନ ଟି ନିଜେ ନିଜକୁ ପଚାରନ୍ତୁ। ବୋଧ ହୁଏ ଉତ୍ତର ନା ଆସିବ।

ତେବେ ଆଉ ଏକ ବିଷୟରେ ଆମେରିକା ବିଦେଶ ମନ୍ତ୍ରୀ କହିଛନ୍ତି ଯେ ଭାରତ ରେ ପୋଲିସ ଠିକ ଭାବରେ କାମ କରୁନି। ଆମ ଦେଶ ରେ ଅମଲା ତହୁଁ ବଡ଼ ତହୁଁ ବଡ଼। ଚାକିରି ଲୋଭ ସମସ୍ତ ଙ୍କର। ଏଠି ଏସବୁ କାଲ ଆଗରେ ଭୁଜା ଖାଇବା ନ୍ୟାୟ। ଆମ ଦେଶ ରେ ଆର୍ଥିକ ସ୍ୱାଧୀନତା ଆଗେ ହେବା ଆବଶ୍ୟକ। ପେଟ ର ଭୋକ ଅଭିଜାତ୍ୟ ଧର୍ମ ଏସବୁ ଦେଖେନି। ହେଲେ ମୁଁ ଅପେକ୍ଷା କରିଛି କେବେ ହିନ୍ଦୁ ମାନେ ଗରିବ ହିନ୍ଦୁ ମାନଂକୁ ସମାନତା ର ଅଧିକାର ଦେବେ।








Comments