ଏଇ କେତେ ଦିନ ହେବ ପୁରୀ ଓ ଗଣମାଧ୍ୟମ ରେ ଶ୍ରୀଜୀଉ ଙ୍କ ରତ୍ନ ଭଣ୍ଡାର ମରାମତି ଓ ଗଣତି ମଣତି ନେଇ ବଡ଼ ଚର୍ଚ୍ଚା ଆଲୋଚନା ହେଉଛି। କିଛି ଗଣମାଧ୍ୟମ ରେ ସମ୍ବାଦ ପ୍ରଚାରିତ ହେଲା ଶ୍ରୀମନ୍ଦିର ଚାରି ଦ୍ୱାର ଫିଟିବା ପରେ ରତ୍ନଭଣ୍ଡାର ମରାମତି ହେବ। ହେଲେ ଆଇନ ମନ୍ତ୍ରୀ କହିଲେ ଟିକେ ଡେରି ହେବ।
ସାଧାରଣ ଭାବେ ମନ୍ଦିର ରେ ଠାକୁର ନଥିବା ସମୟରେ ମନ୍ଦିର ମରାମତି ହେଉଥିଲା। ତେବେ ଯାହା ହେଉ ସେ ସବୁ ସାଧାରଣ କଥା।
ଭାରତ ରେ emergency ସମୟରେ ଇନ୍ଦିରା ଗାନ୍ଧୀ ରତ୍ନ ଭଣ୍ଡାର ଯାହାକି ଭିତର ରତ୍ନ ଭଣ୍ଡାର ଖୋଲିବା କୁ ଚେଷ୍ଟା କରିଥିଲେ କିନ୍ତୁ ସେ ଏଥିରେ ସଫଳ ହୋଇନଥିଲେ। ପୁଣି ସେ ପାର୍ଶୀ ସମ୍ପ୍ରଦାୟ ରୁ ଆସିଥିବାରୁ ତାଙ୍କୁ ଶ୍ରୀମନ୍ଦିର ଯିବାକୁ ଦିଆଯାଇନଥିଲା।
କିନ୍ତୁ ଜଗନ୍ନାଥ ମନ୍ଦିର ଓ ମହାପ୍ରଭୁ ଙ୍କ ସମ୍ପତି ଭାରତ ର ଜାତୀୟ ସମ୍ପତି ନୁହେଁ। ଏହା ସମଗ୍ର ହିନ୍ଦୁ ମାନଙ୍କ ଗୋଷ୍ଠୀଗତ ସମ୍ପତି ଅଟେ। ସରକାର ଚଳାଉଥିବା ଲୋକେ ଭାଗିଦାରୀ ସୂତ୍ର ରେ ଏହାକୁ ନିୟନ୍ତ୍ରଣ କରନ୍ତି।
ହେଲେ ମହାପ୍ରଭୁ ଙ୍କ କେତେ ଅଂଶଧନ ଭାରତୀୟ ରିଜର୍ଭ ବ୍ୟାଙ୍କ ରେ ଅଂଶଧନ ଭାବେ ରହିଛି ଓ କେତେ ଅଂଶଧନ କ୍ୟାପିଟାଲ ରିଜର୍ଭ ଭାବରେ ରହିଛି ତାହା ସାଧାରଣ ହିନ୍ଦୁ ଟିଏ ଜାଣେନି। ଏବଂ ବର୍ତମାନ ମହାପ୍ରଭୁ ଙ୍କ ସମ୍ପତି ର କିଏ ମାରଫତ ଦାର ତାହାବି ସାଧାରଣ ରେ ଜଣାନାହିଁ.।
କିନ୍ତୁ କେତେକ ନିସ୍ଵାର୍ଥ ପର ବୁଦ୍ଧିଜୀବୀ ଏ ବିଷୟରେ ଖୁବ ଚିନ୍ତିତ ଅଛନ୍ତି। ସାଧାରଣ ରେ ସ୍ୱର ଗୁଞ୍ଜରିତ ହେଉଛି ଆମ ସାଆନ୍ତେ ବୁଡିଯିବେ। ଆମ ଠାକୁର ଙ୍କ ସବୁ ସଞ୍ଚିତ କ୍ୟାପିଟାଲ ରିଜର୍ଭ କୁ ସରକାର ହାତକୁ ନେଇଯିବେ।
ଏପରି କି କେହି କେହି କହୁଛନ୍ତି ଏହା ଏକ ଷଡଯନ୍ତ୍ର। ସରକାର ବିତୀୟ ନିଅଣ୍ଟ ରେ ଏସବୁ କୁ ଭାରତୀୟ ରିଜର୍ଭ ବ୍ୟାଙ୍କ ର ଅଂଶଧନ ସୃଷ୍ଟି କରିବାକୁ କୁଟନୈତିକ ସ୍ତରରେ ଏହା କରିବା କୁ ପ୍ରୟାସ କରୁଛନ୍ତି।
ତେବେ ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ମାନେ ଏଯାବତ ଶ୍ରୀମନ୍ଦିର କୁ ଓ ମହାପ୍ରଭୁ ଙ୍କୁ ଜାତୀୟ ସମ୍ପତି ଘୋଷଣା ଠାରୁ ଦୂରରେ ରହିଛନ୍ତି।
ରକ୍ଷଣା, ବେକ୍ଷଣ ହେଉ, ମରାମତି ହେଉ, ବାଲାନ୍ସ ସିଟ ତିଆରି ହେଉ ଏଥିରେ ଦ୍ବିମତ ନାହିଁ। ହେଲେ ଏହା ମହାପ୍ରଭୁ ଙ୍କ ସମ୍ପତି ହେଉ। କିନ୍ତୁ ଏହା ଜାତୀୟ ସମ୍ପତି ନହେଉ। କେହି କେହି ହିନ୍ଦୁ ରାଜନେତା କଥା ଛଳରେ କହୁଛନ୍ତି ସାଢେ ଚାରି କୋଟି ଓଡ଼ିଆ ର ଠାକୁର ଯାହାକି ମହାପ୍ରଭୁ ଜାତୀୟ ସମ୍ପତି ଭଳି ସୂଚିତ ହେଉଛନ୍ତି। ତେଣୁ ଏଥିରୁ ଏକ ଷଡଯନ୍ତ୍ର ର ଗନ୍ଧ ଆସୁଛି।
ଜଗନ୍ନାଥ ମହାପ୍ରଭୁ, ଶ୍ରୀମନ୍ଦିର ହିନ୍ଦୁ ଅସ୍ମିତା। ହିନ୍ଦୁ ମାନଙ୍କ ଗୋଷ୍ଠୀ ସମ୍ପତି ଏହାକୁ ଜାତୀୟ ସମ୍ପତି କରିବା ର ଷଡଯନ୍ତ୍ର ବନ୍ଦ ହେବା ର ଆବଶ୍ୟକତା ରହିଛି।
ଆସନ୍ତୁ ବିତର୍କ ରେ ସାମିଲ ହେବା....
ନିରପେକ୍ଷ ରାୟ ରଖିବା....
ଜେଲ ଯିବାକୁ ଡରିବା ନାହିଁ......
ମୋ ମହାପ୍ରଭୁ ମୋ ଗର୍ବ ଜୋରରେ କହିବା...

Comments
Post a Comment