ଓଡିଶା ରେ ଦୀର୍ଘ ବର୍ଷ ର ବିଜେଡି ସରକାର ବଦଳିଲା। ଓଡିଶା ରେ ପ୍ରଥମ ଥର ପାଇଁ ବିଜେପି ଏକକି ସରକାର କରିବାକୁ ଲୋକେ ଚାହିଁଲେ। ସରକାର ଏବେ ପୁରୁଣା ଜିନିଷ ରେ ନୂଆ ଲେବୁଲ ମରା ଅଭିଯାନ ଅପାତତଃ ଆରମ୍ଭ କରଥିବା ସାଧାରଣ ରେ ଦୃଶ୍ୟମାନ ହେଉଛି।
5T ସ୍କୂଲ ଯୋଜନା କୁ ସରକାର ରଦ୍ଧ କରି ଏବେ ଆଦର୍ଶ ସ୍କୂଲ ଯୋଜନା ଆରମ୍ଭ କରିବାକୁ ଅଣ୍ଟା ଭିଡିଛନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।
ଯୋଜନା ଅନ୍ତର୍ଗତ ଇ ପଠାଗାର, କୋଡ଼ିଙ୍ଗ ଶିକ୍ଷା ଅନ୍ତର୍ଭୁକ୍ତ। ହେଲେ ଏଯାବତ ସବୁ ସ୍କୂଲ ରେ କମ୍ପୁଟର ଲାବୋରାଟୋରୀ ନାହିଁ। କୋଡ଼ିଙ୍ଗ ପଢ଼ାଇବା ପାଇଁ ଶିକ୍ଷକ ନାହାନ୍ତି। ଡିଜିଟାଲ ପାଠ୍ୟ ପୁସ୍ତକ ପ୍ରସ୍ତୁତ ର ସରକାରୀ ଯୋଜନା ବି ଏଯାବତ ନାହିଁ।
ହେଲେ କୋମଳମତି ଛାତ୍ର ଛାତ୍ରୀ କି ପ୍ରକାର କୋଡ଼ିଙ୍ଗ ପଡିବେ ତାହା ମଧ୍ୟ ଏଯାବତ ଲୋକଲୋଚନ କୁ ଆସିନାହିଁ।
କଲେଜ ପଢୁଆ ପିଲେ +୩ ଓ ପିଜି ପାଠ୍ୟ ଖସଡ଼ା ରେ ଏହାକୁ ପଢ଼ୁଥିବା ସ୍ଥଳେ କୋମଳମତି ପିଲେ ସ୍କୂଲ ରେ କିପରି କୋଡ଼ିଙ୍ଗ ପଢିବେ ତାହା ସମାଜ ରେ ଆଲୋଚନା ହେଉଛି। ଯଦିଓ ଆଜିର ମୋବାଇଲ ରେ ଏହାକୁ ପଢ଼ାଯାଇ ପାରିବ ତେବେ ସ୍କୂଲ କୁ ମୋବାଇଲ ନିଷିଦ୍ଧ ଏକ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି।
ଅନ୍ୟ ପକ୍ଷରେ କମ୍ପୁଟର ଶିକ୍ଷା ର ପ୍ରଚାର ପ୍ରସାର ଓ ଦକ୍ଷତା ବୃଦ୍ଧି ନିମିତ୍ତ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ୪୭ ହଜାର କୋଟି ଖର୍ଚ୍ଚ କରୁଥିବା ବେଳେ ଗରିବ ଛାତ୍ର ଛାତ୍ରୀ ମାନେ ମାସକୁ ୫୦୦ ଟଙ୍କା ମା ବାପା ଙ୍କ ଠାରୁ ନେଇ ପଢୁଛନ୍ତି।
ଏପରି ସ୍ଥଳେ ବୁଦ୍ଧିଜୀବୀ ଙ୍କ ନୀରବତା ଅନେକ କିଛି ଦର୍ଶାଉଛି।
ପୁଣି କେହି କେହି କହୁଛନ୍ତି ଆମେ ଆମେରିକା ଠୁ କିଛି କମ ନୁହଁ।
ଅନେକ ଆଇଟି ମେଧାବୀ ଏବେବି ଚାକିରୀ ନପାଇ ଚାରି, ପାଞ୍ଚ ହଜାରରେ ବାର ଦୁଆର ଶୁଣ୍ଢୀ ପିଣ୍ଢା ହେଉଛନ୍ତି।
ଅନେକ ଦକ୍ଷତା ର ଅଧିକାରୀ ହୋଇ ବି ସେମାନେ ଡିଜିଟାଲ ମେଡ଼ିଆ ଓ ଅନ୍ୟାନ୍ୟ କାମ ପାଇଁ ସରକାରୀ ଋଣ ଓ ପ୍ରୋଛାହନ ପାଇପାରୁନାହାନ୍ତି।
କେହି କେହି ବୁଦ୍ଧିଜୀବୀ କହୁଛନ୍ତି କୋମଳମତି ପିଲାମାନେ ପାଠ ର ଚାପ ର ଶିକାର ହେବେ।
ତେବେ ମୋ ରାଇଜ ରେ ଏବେ ଆମେରିକା ଢଙ୍ଗ ରେ ପଢ଼ା ହେବ ଖବରକାଗଜ ରୁ ପଢି ମୁଁ ଖୁସି ହେଲି ଯେ, ଆମେ ଖୁବ ଜୋର ରେ ପ୍ରଗତି କରୁଛେ ହେଲେ ଅପର ପଟେ ମୋ ଦେଶର ଶିଶୁ ପୃଷ୍ଟିକର ଖାଦ୍ୟ ପାଇବା ରୂ ବଂଚିତ ହେଉଛି। ଆଜିର ବଜାର ମୂଲ୍ୟ ବୃଦ୍ଧି ରେ ତା ମା ବାପା ତାକୁ ପୃଷ୍ଟିକର ଖାଦ୍ୟ ପରସି ପାରୁନାହାନ୍ତି। ତାର ପାଠ ପାଇଁ ବିଦ୍ୟୁତ ବିଲ ଦେଇପାରୁନାହାନ୍ତି।
ତେବେ ଗଣତନ୍ତ୍ର ରେ ସାଧାରଣ ମଣିଷ କହିବ କାହାକୁ???
ଆସନ୍ତୁ ମୋ ବିତର୍କ ରେ ସାମିଲ ହେବା ଅପ୍ରିୟ ସତ୍ୟ କହି କାରବାରଣ କୁ ଡରିବା ନାହିଁ।

Comments
Post a Comment