ବି. ଏସ. ପି ସୁପ୍ରିମୋ କହିଲେ ଆମ ସମ୍ବିଧାନ ଆଉ ସେକୁଲାର ହୋଇ ନାହିଁ।

 


ଏବେ ନିର୍ବାଚନ ପରେ ବି. ଏସ. ପି ସୁପ୍ରିମୋ ମାୟାବତୀ କହିଲେଣି ଆମ ସମ୍ବିଧାନ ଆଉ ସମଭାବାପର୍ଣ୍ଣ ନୁହେଁ। ପୁଣି କହିଲେ ସରକାର କରୁଥିବା ଓ ବିରୋଧ କରୁଥିବା ଉଭୟ ବାବା ସାହେବ ଙ୍କୁ ସନମାନ ଦେଉ ନାହାନ୍ତି।

କହିବାକୁ ଗଲେ ବର୍ତମାନ ଭାରତ ରେ ଗୋଟିଏ ଦଳ ହିନ୍ଦୁ କିମ୍ବା ଅଣହିନ୍ଦୁ ଭୋଟ ବ୍ୟାଙ୍କ ସୃଷ୍ଟି କରବା ସମ୍ଭବ ପର ନୁହେଁ।

ଏକ ପାର୍ଶ୍ୱ ରେ ବିଜେପି ହିନ୍ଦୁ ଭୋଟ ବ୍ୟାଙ୍କ ଗଢିବା ରେ ଅସଫଳ ରହିବା ଲୋକେ ଦେଖିଲେ ଅନ୍ୟ ପଟେ ଇଣ୍ଡିଆ ମେଣ୍ଟ ସେକୁଲାର ର ଆଭିମୁଖ୍ୟ ରେ ଯଦିଓ ପୂର୍ବ ତୁଳନା ରେ ଭଲ କରିଛି ତଥାପି ସରକାର କୁ ଫେରିବା ରେ ବିଫଳ ହୋଇଛି।

ହେଲେ ଲୋକସଭା ଫଳାଫଳ ପରେ ଉତ୍ତରପ୍ରଦେଶ ରେ ବିଜେପି କୁ ହିନ୍ଦୁ ଭୋଟ ବ୍ୟାଙ୍କ ସେପରି ସଫଳତା ଦେଇପାରିନି।

ତେବେ ବର୍ତମାନ ର ରାଜନୀତି ଗୋଷ୍ଠୀ ସମ୍ପତି କୁ ନେଇ ଆଗକୁ ଯିବ ଏଥିରେ ସନ୍ଦେହ ନାହିଁ। ଆଜି ମାନବିକ ଅଧିକାର ର ମୂଲ୍ୟ ସେପରି କିଛି ନାହିଁ।ସଂରକ୍ଷଣ ନୀତି ସମାଜ ରେ ଯଦିଓ ବହୁ ଆଗରୁ ଜାତିବାଦ ସୃଷ୍ଟି କରିଛି ତଥାପି ଏବେ ନେତା ମାନେ ତାହା ଉପରେ ଟିପ୍ପଣୀ ଦେବାକୁ ଆଗୁଆ ହେଉଛନ୍ତି।

ବର୍ତମାନ ଭାରତ ରେ ସବୁ ରାଜନୈତିକ ନେତା ମାନେ ଓ. ବି ସି, ଆଦିବାସୀ, ହରିଜନ ଙ୍କ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି କାରଣ ଭାରତ ଜନସଂଖ୍ୟା ରେ ସେମାନେ ସିଂହ ଭାଗ ଅଟନ୍ତି।

ଏପରି ସ୍ଥଳେ ସାମାଜିକ ସ୍ତରରେ ନେତା ମାନଙ୍କ କଥା କୁ ବି ଲୋକେ ଆଜି ବିଶେଷ ଗୁରୁତ୍ୱ ଦେଉନାହାନ୍ତି।

ପାରିବର୍ଦ୍ଧିତ ଵିଧି ବ୍ୟବସ୍ଥା ରେ ନେତା ଓ ରାଜନୈତିକ ଦଳ ସମାଜ ରେ ସମାନତା ଆଣିବାକୁ ସକ୍ଷମ ହେବେ ତାହା ହସ ଲାଗୁଛି।

୧୯୯୬ ର ଗ୍ରାମ ପଂଚାୟତ ଅଇନି ର ସଂଶୋଧନ ପରେ ଗାଁ ଠାରୁ ସହର ସବୁଠାରେ ଗୋଷ୍ଠି କୁ ପ୍ରାଧାନ୍ୟ ଦିଆ ଯିବା ର ବ୍ୟବସ୍ଥା ଧସେଇ ପସୁଥିବା ସ୍ଥଳେ ନେତା ମାନଙ୍କ ଆଜିର ଭାଷଣ ସେମାନଙ୍କ ନାଚାର ପଣ କୁ ଶୋଭିତ କରୁଛି।

ତେବେ ଆଜିର ଭାରତ ବିଶ୍ୱ ର ପ୍ରଥମ ମାନବ ସମ୍ବଳ ର ଦେଶ। ଏଠି ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ ରେ ଦେଶକୁ ବିଭାଜନ ଠାରୁ ବଂଚେଇବା ର ଆବଶ୍ୟକତା ରହିଛି।

ଆଜିର ଭାରତ ରେ ପ୍ରତିଟି ନାଗରିକ ଅର୍ଥନୈତିକ ସ୍ୱାଧୀନତା ଖୋଜୁଛି। ଏଠି ସେ ଖୋଜୁଛି ଦୈନିକ ବଂଚିବା ପାଇଁ ଅର୍ଥ ରାଶି। ମୁଣ୍ଡ ଗୁଞ୍ଜିବା ପାଇଁ ଘର, ସାଧାରଣ ଆବଶ୍ୟକତା। ଆଜିର ନେତା ସେସବୁ ଠାରୁ ଦୁରେଇ ବା ଆଦୌ ଗ୍ରହଣୀୟ ନୁହେଁ।





Comments