ଦଶ ବର୍ଷ ଶାସନ ପରେ ତୃତୀୟ ଥର ପାଇଁ ବିଜେପି ଭାରତ ରେ କ୍ଷମତା କୁ ଆସିଲା ହେଲେ ପୂର୍ବ ତୁଳନା ରେ ବିଜେପି ୫୪ ଟି ଲୋକସଭା ଆସନ ହରାଇଛି। ଯାହାକି ବିଜେପି କୁ ରାଜ୍ୟସଭା ରେ ବହୁତ କ୍ଷତି ପହଞ୍ଚାଇଛି।

ରାଜ୍ୟସଭା ର ୬ବର୍ଷ କାଯ୍ୟକାଳ ଆଉ ଏକ ବର୍ଷ ଭିତରେ ସରିବ ପରେ ବିଜେପି ତିନି ଅଙ୍କ ସଂଖ୍ୟା ରୁ ଦୁଇ ଅଙ୍କ ସଂଖ୍ୟା କୁ ଖସିବା କୁ ଯାଉଛି।

ଅନ୍ୟପଟେ ବିଜେପି ର ପୂର୍ବତନ ଦଳ ଯେଉଁ ମାନେ ବିଜେପି କୁ ରାଜ୍ୟସଭା ରେ ସମର୍ଥନ ଦେଉଥିଲେ ସେମାନେ ସମସ୍ତେ ବିଜେପି ଠାରୁ ଦୁରେଇ ଗଲେଣି। ତେଣୁ ବିଜେପି ର ରାଜ୍ୟସଭା ଆସ୍ତେ ଆସ୍ତେ ଦୁର୍ବଳ ପ୍ରାୟ ହେବ।

ସମ୍ବାଦ ପତ୍ର ସମୀକ୍ଷକ କହୁଛନ୍ତି ବିଜେପି ର ଛାତି ଫୁଲା ଆଉ ରହିବ ନାହିଁ। ହେଲେ ତୃଣ ମୂଳ ସ୍ତରରେ ବିଜେପି କର୍ମୀ ମାନଙ୍କ ସହନଶୀଳତା କମ ଦୃଶ୍ୟମାନ ହେଉଛି।

କିନ୍ତୁ ବାସ୍ତବ ସର୍ବଦା ବାସ୍ତବ। ରାଜନୀତି ରେ ସହନଶୀଳତା ର ବ୍ୟାପକ ଆବଶ୍ୟକତା ରହିଛି।

ଅପର ପକ୍ଷରେ ଇଣ୍ଡିଆ ମେଣ୍ଟ ଅପାତତଃ ବହୁତ ଭଲ ରାଜନୈତିକ ସ୍ଥିତି ରେ ରହିଛି ବୋଲି ରାଜନୀତି ର ସମୀକ୍ଷକ ମତ ଦେଉଛନ୍ତି।

ପୁଣି ରାଜନୀତି ବିଶାରଦ ମାନେ କହିବାକୁ ଲାଗିଲେଣି ଏକ ବର୍ଷ ରୁ ଦେଢ଼ ବର୍ଷ ଭିତରେ ଭାରତ ର ରାଜନୀତି ରେ ବ୍ୟାପକ ପରିବର୍ତ୍ତନ ଆସିବ ଏହା ସତ୍ୟ।

ତେବେ ଏବ ଠାରୁ ବିରୋଧୀ କହିବା କୁ ଲାଗିଲେଣି "ବିଜେପି କା ତାନା ସାହି ଅବ ନେହିଁ ଚଲେଗା ”।

Comments