ଗଣତନ୍ତ୍ର ରେ ଜନସାଧାରଣ ଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ଏବଂ ସରକାର ରେ ଥିବା ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଙ୍କୁ ଜେଲ ରେ ଦୀର୍ଘ ସମୟ ରଖିବା ଭାରତ ଇତିହାସ ରେ ପ୍ରଥମ ବୋଲି ଆଜି ଖୋଲା ଓ ମୁକ୍ତ ଗଣତନ୍ତ୍ର ରେ ତୁଣ୍ଡ ବାଇଦ ସାଜିଛି।
ଗୋଟିଏ ଆଞ୍ଚଳିକ ଦଳ ରୁ ଜାତୀୟ ଦଳ ଯେ ଏକ ସାମାଜିକ ଆନ୍ଦୋଳନ ରୁ ସତ୍ୟାଗ୍ରହ ରୁ ଠିଆ କରିପାରିଛନ୍ତି ବୋଧ ହୁଏ ସେ ବ୍ୟାକିତ୍ୱ ଗୁଡିକ ଏସବୁ କୁ କେବେ ଖାତିର କରିବେ ନାହିଁ।
ମଦ ଏକ ସାମାଜିକ ବ୍ୟାଧି ଏହା ସତ୍ୟ। ପୁଣି ମଦ କମ୍ପାନୀ କୁ ସରକାର listed psu ର ମାନ୍ୟତା ଦେଉଛନ୍ତି। ପୁଣି online ବିକ୍ରି ପାଇଁ ବି ସୁଯୋଗ ଦେଉଛନ୍ତି। SEBI ରେ ପୁଞ୍ଜିପତି ମାନେ ପୁଞ୍ଜି ଲଗାଉଛନ୍ତି। ଏପରିକି ବିଦ୍ୟାଳୟ ର ଅତି ନିକଟରେ ମଦ ଦୋକାନ ଖୋଲିବାକୁ ଅନୁମତି ବି ଦେଉଛନ୍ତି।
ଯଦି equity ର ହିସାବ ଦେଖିବା ତେବେ ଦିଲ୍ଲୀ ବାସୀଙ୍କ ସର୍ବାଧିକ equity କେନ୍ଦ୍ର ସରକାର ନେଉଛନ୍ତି ତା ପରିବର୍ତ୍ତେ ଦିଲ୍ଲୀ ବାସୀଙ୍କୁ କେନ୍ଦ୍ର ସରକାର ଦେଉଛନ୍ତି କଣ?
ବିତର୍କ ରେ ସମସ୍ତେ କହୁଛନ୍ତି ମଦ ସାମାଜିକ ବ୍ୟାଧି। ହେଲେ କେନ୍ଦ୍ର ସରକାର ମଦ କୁ ଦେଶ ରୁ ସମ୍ପୂର୍ଣ ବନ୍ଦ କରୁନାହାନ୍ତି କାହିଁକି? କ୍ଷମତା ତ ସେମାନଙ୍କ ହାତରେ ଅଛି। ତେବେ କମ୍ପାନୀ ଗୁଡିକ ର SEBI ଲାଇସେନ୍ସ ରଦ୍ଧ କରିବାରେ ଅସୁବିଧା କେଉଁଠି?
ସତରେ ଯେ ସରକାର କରେ ସେ ତାର ପଦ୍ଧତି ଓ ଆଇନ ତିଆରି କରେ ନିଜ ଦଳର quorum ନେଇ। ଆଜି ବିଜେପି ଦଳ emergency କୁ ନେଇ ସାମାଜିକ ସ୍ତର ରେ କଂଗ୍ରେସ କୁ ଆକ୍ଷେପ କରି ଏକ narrative କରୁଛି। ହେଲେ ଆଜି ଯେଉଁ ନେତା ମାନେ ଏଥିରେ ନିଜ ବୟାନ ବାଜି କରୁଛନ୍ତି ସେମାନେ ଆଜି କଂଗ୍ରେସ ନେତା ମାନଙ୍କ ଠାରୁ ଖୁବ ଧନୀ ଓ ବହୁ ceiling surplus ସମ୍ପତି ର ମାଲିକ।
ପ୍ରଶ୍ନ ହେଉଛି ସାମ୍ବିଧାନିକ ଵିଧି, ବ୍ୟବସ୍ଥା ଓ ବିନା ଆକ୍ରୋଶ ର ନ୍ୟାୟଚିତ୍ତ ପଦକ୍ଷେପ।
ସେ ମଣିଷ ସିଶୋଦୀଆ ହୁଅନ୍ତୁ ବା ଅରବିନ୍ଦ କେଜିୱାଲ ବା ଯେ କେହିବି ନେତା ସେମାନେ ଜନତା ଙ୍କ ପାଇଁ କାମ କରୁଛନ୍ତି। ଯଦି ସେମାନେ ନିଜି ସମ୍ପତି ବଢ଼ାଉଛନ୍ତି ତେବେ ତାହା ଭିର୍ନ୍ନ। ଦଳ, ଟ୍ରଷ୍ଟ ର ସମ୍ପତି ସେମାନଙ୍କ ନିଜି ନୁହେଁ।
ଟିକସ ପ୍ରତିଟି ବିନିର୍ବେଶ ରୁ ତିଆରି ହୁଏ। ଆଉ ସେ ବିନିର୍ବେଶ ପାଇଁ equity ଆସେ କିପରି?
ଆମ ଦେଶ ରେ quasi judgement ର ମୂଲ୍ୟ ନଥାଏ। ଏହା କେବଳ ଏକ ମାନସିକ ନିର୍ଯ୍ୟାତନା। Sign die କରି ଏକ ରାଜନୈତିକ ଦଳ ର ନେତା ଙ୍କୁ ଜେଲ ରେ ରଖିବା ଲୋକେ କିପରି emergency ର ଗପ ଆମ ଯୁବସମାଜ କୁ ପଢ଼ାଉଛନ୍ତି ତାହା ଏକ ଲଜ୍ୟା ର ବିଷୟ।
ତେବେ ଯାହା ହେଉ ଏଥିରେ କେବଳ ଆମ ଆଦମୀ ପାର୍ଟି ସମ୍ପୃକ୍ତ ଏହା ଗ୍ରହଣୀୟ ହୋଇ ପାରୁନି। ଯଦି ସିବିଆଇ ନିରପେକ୍ଷ ତେବେ ଅରବିନ୍ଦ କେଜି୍ରୱାଲ୍ଲା ଓ ସିଶୋଦୀଆ ଙ୍କ ସହ ଅନ୍ୟ ସମ୍ପୃକ୍ତ ମାନଙ୍କୁ ବି ଧରାଯିବା ଉଚିତ।
ଆସନ୍ତୁ ସାମାଜିକ ବିତର୍କ ରେ ସାମିଲ ହେବା.......
ଜେଲ ଯିବାକୁ ଡରିବା ନାହିଁ........

Comments
Post a Comment