ଡବଲ ଇଂଜିନ ସରକାର ରେ ମୁଁ ପରିବା କିଣି ପାରୁନି।

 


ଆଜି ପରିବା କିଣିବାକୁ ବଜାର ଗଲି। ପୂର୍ବରୁ କଥା ଥିଲା ଛୋଟ ପରିବାର ସୁଖୀ ପରିବାର। ମୋର ପରିବାର ରେ କେବଳ ୪ଜଣ ସଦସ୍ୟ। ବହୁ ଉଚ୍ଚ ଶିକ୍ଷା ଥାଇବି ସରକାର ଙ୍କ ଠାରୁ ସର୍ବ ନିମ୍ନ ମଜୁରୀ ଯଦିଓ ମିଳେନି ତଥାପି ଋଣ କରି ସଂସାର ର ରଥ ଗଡେ।

ବଜାର ରେ ଦେଖିଲି ଆଳୁ ୩୫ ଟଙ୍କା, ଟମାଟୋ ୬୦ ଟଙ୍କା, ବାଇଗଣ ୮୦ଟଙ୍କା, କଖାରୁ ୧୦ ଟଙ୍କା, ପୋଇ ଡାଙ୍ଗ ୧୦ ଟଙ୍କା ପିଆଜ ୪୫ ଟଙ୍କା। ଆମ୍ବ ୭୫ ରୁ ୮୦ ଟଙ୍କା।

ମନକୁ ବୁଝାଇ ଦେଲି ଗଣତନ୍ତ୍ର ରେ ଗରିବ କାହାର ନୁହେଁ। ଏକ ପାଖରେ ଗରିବ ଟିକୁ ପ୍ରତିଦିନ ଦିନ ମଜୁରୀ ମିଳୁନି। ଅପର ପଟେ ଭାତ ଶାଗ ର ସଂସାର ବି ଗଣତନ୍ତ୍ର ତାଠାରୁ ଛଡାଇ ନେଉଛି।

ଖାଲି ୫ କେଜି ଚାଉଳ ରେ ସେ ନିଜ right to life କୁ କିପରି ପାଇବ।

ବିଜେଡି ସରକାର ଥିବା ସମୟ ରେ ଦିନେ ଦୁଇଦିନ ଭିତରେ ବଜାର ର ମୂଲ୍ୟ ବୃଦ୍ଧି ନିୟନ୍ତ୍ରିତ ହେଉଥିଲା ମାତ୍ରକ ଡବଲ ଇଂଜିନ ସରକାର ରେ ବଜାର ନିୟନ୍ତ୍ରଣ ବାରି ହେଉନି।

ଏ ସବୁ ପରିସ୍ଥିତି ରେ ସରକାର contigency over head ରୁ ପରିସ୍ଥିତି କୁ ନିୟନ୍ତ୍ରିତ କରି ପାରିବେ। ହେଲେ ଇଛା ଶକ୍ତି ର ଅଭାବ ରେ କଣ କରାଯାଇ ପାରିବ।

ଋଣ କରି ଘିଅ ପିଇବା ଅର୍ଥନୀତି ରେ କହିବା ବା କାହାକୁ? ସରକାର ରେ ଭାଗିଦାରୀ ବ୍ୟବସ୍ଥା ତ ଯମାରୁ ପରିଲକ୍ଷିତ ହେଉନି। ଜୋର ଯାର ମୂଳକ ତାର ଆଜିର ବ୍ୟବସ୍ଥା। ଏ ଦେଶ ରେ ୭୦ ଶତକଡା ମଣିଷ ବ୍ୟାଙ୍କ ରୁ ଋଣ କରିବା କୁ ଅସମର୍ଥ। ସରକାର, ଅର୍ଥନୀତି ର ସ୍ଥାନ କେଉଁଠି ତାହା ସମସ୍ତ ଙ୍କୁ ଜଣା।

ବ୍ୟବସ୍ଥା ରେ ନାରୀ ଙ୍କୁ ପ୍ରଧାନ୍ୟତା ଓ ପୁରୁଷ ମାନଙ୍କୁ ବ୍ୟବସ୍ଥା ରୁ ବାହାର କରି ପରିବାର ରେ ଅଶାନ୍ତ ବାତାବରଣ ଓ ନାରୀ ଓ ପୁରୁଷ ମଧ୍ୟରେ ପାତର ଅନ୍ତର ନୀତି ସମାଜ କୁ ନଷ୍ଟ କରିବାକୁ ଖୁବ ଜୋର ରେ ମାଡି ଚାଲୁଥିବା ବେଳେ ଗଣମାଧ୍ୟମ ର ଡବଲ ଇଂଜିନ ର ପ୍ରଳାପ ମୋତେ ଏକ ପ୍ରକାର ହସାଉଛି। ପରିବା କିଣି ନପାରି ବି ଲୋକେ ବିଜେଡି, କଂଗ୍ରେସ ଖରାପ ଓ ବିଜେପି ଭଲ କାହିଁକି କହୁଛନ୍ତି ତାକୁ ମୋତେ ଆବିଷ୍କାର କରିବାକୁ ପଡିବ। ହେଲେ ସତରେ 300 ଟଙ୍କା ପରିବା ଏକ ସପ୍ତାହ ଯାଉନି। ସତ କହିବା କୁ ଗଲେ ମୁଁ ପରିବା କିଣି ପାରୁନି।

ମୋ ବିତର୍କ ରେ ସାମିଲ ହୁଅନ୍ତୁ।....

Comments